ଇତିହାସ ରଚିଲେ ଶୁଭାଂଶୁ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷା ପରେ, ଆଜି ଭାରତୀୟ ସମୟ ଦିନ ୧୨ଟା ୧ରେ ବହୁ ପ୍ରତୀକ୍ଷିତ ଆକ୍ସିଅମ୍-୪ ମିଶନ ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଆମେରିକାର ଫ୍ଲୋରିଡାର କେନେଡ଼ି ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯ଏ ରୁ ଉତକ୍ଷେପିତ ହୋଇଥିବା ଏହି ‘ସ୍ପେଶ୍ ଏକ୍ସ୍’ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍ ରେ ଚାରି ଜଣ ୪ ମହାକାଶଚାରୀଙ୍କ ମଧ୍ୟରେ ଭାରତର ଶୁଭାଂଶୁ ଶୁକ୍ଳା ସାମିଲ ହୋଇ ଇତିହାସ ରଚିଛନ୍ତି। । ଦେଶ ପାଇଁ ଆକ୍ସିଅମ୍-୪ ମିଶନ୍ ବହୁତ ସ୍ୱତନ୍ତ୍ର କାରଣ ୧୯୮୪ ମସିହାରେ ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଦ୍ଵିତୀୟ ଭାରତୀୟ ଭାବରେ, ଶୁଭାଂଶୁଙ୍କୁ ଭାରତ ଏବେ ଏହାର ଦ୍ୱିତୀୟ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଛି।

ଏହି ମିଶନର ନେତୃତ୍ୱ ନାସାର ପୂର୍ବତନ ମହାକାଶଚାରୀ ପେଗି ହ୍ୱିଟସନ ନେଇଛନ୍ତି। ଏକସ -୪ ଦଳରେ ଆମେରିକାର ପେଗି ହ୍ବିଟସନ୍, ହଙ୍ଗେରୀର ଟିବୋର୍ କାପୁ, ପୋଲାଣ୍ଡର ସ୍ଲାବୋଜ୍ ଉଜନାସ୍କି ୱିସନାସ୍କି ଏହି ଐତିହାସିକ ଯାତ୍ରା କରିଛନ୍ତି । ଏହି ମିଶନ ୨ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପ୍ରାୟ ୧୪ ଦିନ ରହି ପୁଣି ପୃଥିବୀକୁ ଫେରିବ । ପ୍ରାୟ ୧୪ ଦିନ ରହଣୀ ଭିତରେ ୩୧ ଦେଶର ୬୦ଟି ଏକ୍ସପେରିମେଣ୍ଟ କରାଯିବ । ଆକ୍ସିଅମ୍-୪ ମିଶନ ଏକ ଘରୋଇ ମହାକାଶ ଅଭିଯାନ । ଭାରତର ଶୁଭାଂଶୁଙ୍କ ସମେତ ୩ ମହାକାଶଚାରୀଙ୍କ ଏହା ପ୍ରଥମ ସ୍ପେଶ୍ ମିଶନ୍ ।

Leave a Reply

Your email address will not be published. Required fields are marked *