ପୁଣି ଇତିହାସ ରଚିଲେ ନୀରଜ …

ପୁଣି ଇତିହାସ ରଚିଛନ୍ତି ସୁନା ପୁଅ ନୀରଜ ଚୋପ୍ରା। ଫିନଲ୍ୟାଣ୍ଡ ଟୁର୍କୁରେ ଆୟୋଜିତ ପାଭୋ ନୁର୍ମି କ୍ରୀଡାରେ ନୀରଜ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ ପୂର୍ବରୁ କମାଲ କରିଛନ୍ତି ନୀରଜ। ତୃତୀୟ ପ୍ରୟାସରେ ନୀରଜ ୮୫.୯୭ ମିଟର ଭାଲା ଫିଙ୍ଗି ଶୀର୍ଷରେ ରହିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫିନଲ୍ୟାଣ୍ଡ ଟୋନି କେରେନନ୍‌‌ ୮୪.୧୯ ମିଟର ଫିଙ୍ଗ ଦ୍ୱିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଏବଂ ଗତ ବର୍ଷର ବିଜେତା ଓଲିଭର୍‌‌ ହେଲାର୍ଣ୍ଡ ୮୩.୯୬ମିଟର ଫିଙ୍ଗି ତୃତୀୟ ସ୍ଥାନରେ ରହିଥିଲେ। ସୂଚନାଯୋଗ୍ୟ ନୀରଜ ଚୋପ୍ରାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪  ।

Leave a Reply

Your email address will not be published. Required fields are marked *