ଅର୍ଶଦ ନଦୀମ ସ୍ବର୍ଣ୍ଣ ପଦକ ଜିତିବା ପରେ ଏମିତି କିଛି କହିଲେ ନୀରଜଙ୍କ ମା…

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି । କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି ଚୋପ୍ରା। ସ୍ବାଧୀନତା ପରେ ଦୌଡ କୁଦ ପ୍ରତିଯୋଗିତାରେ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି ନୀରଜ। ତେବେ ତାଙ୍କ ବିପକ୍ଷରେ ଖେଳି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପାକିସ୍ତାନର ଅର୍ଶଦ ନଦୀମ। ସେ ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। ।
ତେବେ ନୀରଜ ସ୍ବର୍ଣ୍ଣ ପଦକ ନପାଇ ରୌପ୍ୟ ପଦକ ପାଇଲେ ମଧ୍ୟ ମନ ଊଣା କରିନାହାନ୍ତି ତାଙ୍କ ମାଆ ସରୋଜ ଦେବୀ। ସେ କହିଛନ୍ତି ‘‘ନୀରଜ ସିନା ସ୍ବର୍ଣ୍ଣ ପଦକ ପାଇପାରିଲା ନାହିଁ। ଯିଏ ସ୍ବର୍ଣ୍ଣ ପଦକ ପାଇଲା ସେ ବି ମୋ ପୁଅ ଭଳି।’’
ସମର ଗେମ୍ସରେ ତାଙ୍କ ପୁଅ ଯେପରି ପ୍ରଦର୍ଶନ କରିଥିଲେ ସେଥିରେ ବେଶ୍ ଖୁସି ଥିଲେ ସରୋଜ ଦେବୀ। ଏବେ ସେ ଗଣମାଧ୍ୟମରେ ନିଜର ବୟନ ରଖି କହିଛନ୍ତି, ‘‘ଆମେ ବହୁତ ଖୁସି। ଆମ ପାଇଁ ରୂପା ମଧ୍ୟ ସୁନା ସହ ସମାନ। ଯିଏ ସୁନା ପାଇଲା ସେ ମଧ୍ୟ ଆମ ପୁଅ ପରି।