ଅଗଷ୍ଟ ୧୧ ରେ ହେବ ନିଟ୍ ପିଜି ପରୀକ୍ଷା…

ନିଟ ପିଜି ପରୀକ୍ଷାକୁ ନେଇ ବଡ଼ ଖବର ।  ଅଗଷ୍ଟ ୧୧ ତାରିଖରେ ହେବ ପୁଣି ନିଟ ପିଜି ପରୀକ୍ଷା। ୨ ଦିନ ପୂର୍ବରୁ ଗୃହ ମନ୍ତ୍ରାଳୟର ବୈଠକ ପରେ ଆଜି ଏହାର ତାରିଖ ଘୋଷଣା କରାଯାଇଛି । ନେସ୍‌ନାଲ୍‌ ବୋର୍ଡ ଅଫ୍‌ ଏକ୍‌ଜାମିନେସନ୍‌ ଇନ୍‌ ମେଡିକାଲ୍‌ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନିଟ୍ ପିଜିର ନୂଆ ପରୀକ୍ଷା ତାରିଖ ଘୋଷଣା କରିଦେଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍‌ଟରେ ହେବ। ଏସ୍‌ଓପି ଏବଂ ପ୍ରୋ‌ଠକଲ୍‌ର ସମୀକ୍ଷା ପରେ ନିଟ ପିଜି ପରୀକ୍ଷାର ନୂଆ ତାରିଖ ଘୋଷଣା ହୋଇଛି। ପରୀକ୍ଷାରେ ପ୍ରଶ୍ନ ପତ୍ର ଚୋରି ରୋକିବାକୁ ମାତ୍ର ୨ ଘଣ୍ଟା ପୂର୍ବରୁ ଏହାର ପ୍ରଶ୍ନ ପତ୍ର ପ୍ରସ୍ତୁତ କରାଯିବ।

Leave a Reply

Your email address will not be published. Required fields are marked *