ନେପାଳ ବିମାନ ଦୁର୍ଘଟଣାରେ ୧୮ ମୃତ, ପାଇଲଟ୍ ଆହତ

କାଠମାଣ୍ଡୁ : ନେପାଳରେ ବିମାନ ଦୁର୍ଘଟଣା। ୧୯ ଯାତ୍ରୀଙ୍କୁ ନେଇ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାଉଥିବା ସୋର୍ଯ୍ୟ ବିମାନଟି ଟେକ୍ଅଫ୍ କରିବା ବେଳେ ରନ୍ୱେରୁ ଖସି ଯାଇଥିଲା। ଯାହା ଫଳରେ ବିମାନରେ ନିଆଁ ଲାଗିଯାଇଥିଲା। ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିବା ଫଳରେ ବିମାନରେ ଥିବା ୧୮ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବିମାନଟି କାଠମାଣ୍ଡୁ ରୁ ପୋଖରାକୁ ଯାଉଥିଲା ଏବଂ ସକାଳ ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନବନ୍ଦରରେ ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ବିମାନର ପାଇଲଟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଛି।