ଲଦାଖରେ ୫ ନୂଆ ଜିଲାର ନାମକରଣ
ଲଦାଖରେ ୫ ନୂଆ ଜିଲାର ନାମକରଣ ହୋଇଛି। ସେଗୁଡ଼ିକ ହେଲା ଜନସ୍କାର, ଦ୍ରାସ, ଶାମ୍, ନୁବ୍ରା ଏବଂ ଚଙ୍ଗଥାଙ୍ଗ। ଏହି ନୂଆ ଜିଲା ଗଠନ ହେବା ଫଳରେ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ପାଇଥିବା ଲଦାଖରେ ବର୍ତ୍ତମାନ ସୁଦ୍ଧା ଜିଲା ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏନେଇ ସୋସିଆଲ ମିଡିଆ ଏକ୍ସ୍ ରେ ପୋଷ୍ଟ କରି ଘୋଷଣା କରିଛନ୍ତି।
। ସରକାରଙ୍କ ଏହି ନିଷ୍ପତ୍ତି ଲୋକଙ୍କ ପାଇଁ ଲାଭଦାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ସରକାର ଲଦାଖବାସୀଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଶାହ କହିଛନ୍ତି ।
