ରାଜ୍ୟରେ ନିଶା କାରବାରକୁ କମେଇବା ପାଇଁ ଅଣ୍ଟା ଭିଡ଼ିଲେଣି ନୂଆ ସରକାର…

ରାଜ୍ୟରେ ହ୍ରାସ ପାଇବ ନିଶା ବ୍ୟବହାର । ଏଥିପାଇଁ ନୂଆ ସରକାର ଅଣ୍ଟା ଭିଡ଼ିଥିବା କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଅବକାରୀ ଓ ବିଭିନ୍ନ ବିଭାଗ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ନିଶା ପାଇଁ ସମାଜ କଳୁଷିତ ହେଉଛି ଏବଂ ଯୁବପୀଢ଼ି ଅବାଟକୁ ଚାଲି ଯାଉଛନ୍ତି  । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ପ୍ରୟାସ କରିବେ । ଫଳରେ ନିଶା କାରବାର କମିବ । ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି । ଖୁବଶୀଘ୍ର ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *