ଲାଗୁ ହେଲା ନୂଆ ତୈଳ ଦର ଜାଣନ୍ତୁ କ’ଣ ରହିଛି ପେଟ୍ରୋଲ ଓ ଡିଜେଲର ମୂଲ୍ୟ

ଆଜି ସମଗ୍ର ଦେଶରେ ପେଟ୍ରେୋଲ ଓ ଡିଜେଲର ନୂଆ ଦର ପ୍ରକାଶ ପାଇଛି । କିନ୍ତୁ ଜାତୀୟ ସ୍ତରରେ ଏଥିରେ ସେମିତି କିଛି ବଡ଼ ପରିବର୍ତ୍ତନ ହେବା ଦେଖିବାକୁ ମିଳିନି । ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପେଟ୍ରୋଲ ଓ ଡିଜେଲର ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୬.୭୬ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ୮୯.୬୨ ଟଙ୍କା ରହିଛି। ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୯୪.୨୭ ଟଙ୍କା ରହିଛି।
କଲିକତାରେ ଆଜି ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲ ଦାମ ଅପରିବର୍ତ୍ତିତ ରହିଛି। ପେଟ୍ରୋଲ ଲିଟର ପ୍ରତି ୧୦୨.୮୬ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୯୪.୪୬ ଟଙ୍କା। ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ଆଜି ପେଟ୍ରୋଲ ୧୦୧.୯୪ ଟଙ୍କା ଓ ଡିଜେଲ ଲିଟର ପ୍ରତି ରହିଛି ୮୭.୮୯ ଟଙ୍କା ସେହିପରି ରାଜ୍ୟର ରାଜଧାନି ଭୁବନେଶ୍ବରରେ ପେଟ୍ରୋଲ ୧୦୩. ୧୯ ରହିଛି ।

Leave a Reply

Your email address will not be published. Required fields are marked *