କେରଳରେ ଡରାଇଲାଣି ନିଫା

ନିପା ଭୂତାଣୁ ପାଇଁ ଆଜି କେରଳ ସରକାର କୋଜିକୋଡ଼ ଅନ୍ତର୍ଗତ ୭ଟି ଗ୍ରାମକୁ ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ଘୋଷଣା କରିଛନ୍ତି । ‘ନିପା’ ଭୂତାଣୁ ଯୋଗୁଁ ଏହି ଅଞ୍ଚଳରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା
ନିପା’ ଭୂତାଣୁ ସଂକ୍ରମଣ ରୋକିବା ଲାଗି ମଧ୍ୟ ସରକାର କଟକଣା ଓ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି।

କୋଜିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷିୟ ବାଳକ ସମେତ ୪ଜଣଙ୍କର ମୃତ୍ୟୁ ଘଟଣାରେ ‘ନିପା’ ଭୂତାଣୁ ସଂକ୍ରମଣ କଥା ସୁନିଶ୍ଚିତ କରାଯିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସତର୍କ ସୂଚନା ଜାରି କରିବା ସହିତ ପ୍ରଭାବିତ ଅଞ୍ଚଳରେ କେତେକ ସ୍କୁଲ୍‌ ଓ ଅଫିସ୍‌ ବନ୍ଦ କରାଇଛନ୍ତି।

ରାଜ୍ୟ ବିଧାନସଭାରେ କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ଏହା ହେଉଛି ‘ନିପା’ ଭୂତାଣୁର ବାଂଲାଦେଶୀ ପ୍ରଜାତି। କମ୍ ସଂକ୍ରମଣଶୀଳ ହେଲେ ବି ଏହା ମଣିଷରୁ ମଣିଷ ଶରୀରକୁ ବ୍ୟାପିଥାଏ ଏବଂ ଏଥିଜନିତ ମୃତ୍ୟୁହାର ଅଧିକ ରହିଛି।

Leave a Reply

Your email address will not be published. Required fields are marked *