କାର୍ତ୍ତିକ ମାସ ପାଇଁ ଆମିଷ ବଜାରରେ ନିଆଁ , ମଟନ ୮୦୦ ଟଙ୍କା ଥିବା ବେଳେ, ଇଲସି ଦର ୧୦୦୦
ଆସନ୍ତାକାଲି ପରଠୁ କାର୍ତ୍ତିକ ମାସର ପ୍ରବେଶ ହେତୁ ଆଜି ଆମିଷ ବାଜାରରେ ଦେଖିବାକୁ ମିଳିଛି ଭିଡ଼ । ଆଜି ଶୁକ୍ରବାର ହୋଇଥିବାରୁ ଲୋକମାନେ ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ଆରମ୍ଭ ହେଇଯିବ ହବିସ । ସେଥିପାଇଁ ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ମାଛ ମାଂସ ସହ ଚିଙ୍ଗୁଡି ।ତେବେ ଆଜିର ଏହି ଭିଡକୁ ଆଖିରେ ରଖି ବ୍ୟବସାୟୀ ମାନେ ଏହାର ଦର ଦାମ ବୃଦ୍ଧି କରିଛନ୍ତି । ଭାକୁର ମାଛ ଦର ୨୫୦ ଟଙ୍କା ଥିବା ବେଳେ, ରୋହି ୨୦୦ ଏବଂ ଚିଙ୍ଗୁଡ଼ି ଦର ୫୦୦ ଟଙ୍କା ରହିଛି। ସେହିପରି ଚୁନା ମାଛ କଥା ନକହିବା ଭଲ । ଏଥିସହ କଙ୍କଡା ୧୦୦୦ ଟଙ୍କା ଥିବାବେଳେ ଚିକେନ୍ ୨୫୦ ଟଙ୍କା ରହିଛି। ମଟନ ଦର ୮୦୦ ଟଙ୍କା ଥିବା ବେଳେ ଦେଶୀ କୁକୁଡା ୫୦୦, ବ୍ରଏଲର ୨୫୦, ବନରାଜ କୁକୁଡ଼ା ୨୨୦, ଚିଙ୍ଗୁଡ଼ି ଦର ୪୦୦ରୁ ୬୦୦, ଲୁଣି ମାଛ ୧୫୦ରୁ ୨୫୦, ଇଲସି ଦର ୧୦୦୦ ଟଙ୍କା ରହିଛି।