୧୩ ଦଫା ଦାବି : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କ ବିଧାନସଭା ସମ୍ମୁଖରେ ଧାରଣା
ଭୁବନେଶ୍ୱର : ଆଦର୍ଶ ବିଦ୍ୟାଳୟ ସଂଘର ବିଭିନ୍ନ ଜିଲ୍ଲାର ନେତୃମଣ୍ଡଳୀ ୮୦ ରୁ ଅଧିକ ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ପ୍ରଶାନକୁ ଦାବିପତ୍ର ପ୍ରଦାନ କରିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ଏହି ସମସ୍ୟାଗୁଡିକୁ ନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।
ରାଜ୍ୟର ୩୧୪ ଟି ଆଦର୍ଶ ବିଦ୍ୟାଳୟ ଶିକ୍ଷଙ୍କ ସ୍ୱର ଆଜି ଗୋଟିଏ ସ୍ବର ପାଲଟିଛି,
“ଆମର ଦାବି ସରକାର ମାନି ନିଅନ୍ତୁ” ।
ସୂଚନା ଯୋଗ୍ୟ ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକଙ୍କ ସ୍ବପ୍ନର ଓଡିଶା ଆଦର୍ଶ ବିଦ୍ୟାଳୟ ଦୀର୍ଘ ୧୦ ବର୍ଷ ହେଲା ଆରମ୍ଭ ହେଲାଣି । ହଜାର ହଜାର ଗରିବ ମେଧାବୀ ଛାତ୍ରଛାତ୍ରୀ ଇଂରାଜୀ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ସିବିଏସଇ ବୋର୍ଡ ପରୀକ୍ଷାରେ ବିଗତ ବର୍ଷରେ ଭଲ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଟପ୍ ରାଙ୍କରେ ମଧ୍ୟ ସ୍ଥାନ ପାଇ ଆସୁଅଛନ୍ତି । JEE ଏବଂ NEET ଭଳି ପରୀକ୍ଷାରେ ମଧ୍ୟ ବେଶ ସଫଳତା ହାସଲ କରୁଛନ୍ତି ଏହି ସଫଳତାକୁ ନେଇ ରାଜ୍ୟ ସରକାର ରାଜ୍ୟ ବାହାରେ ଆଦର୍ଶ ବିଦ୍ୟାଳୟର ଗାରିମାକୁ ନେଇ ଡିମଡିମ ପିଟୁଛନ୍ତି । ମାତ୍ର ଦୀପତଳ ଅନ୍ଧାର ପରି ବିଦ୍ୟାଳୟର ଉନ୍ନତି ପାଇଁ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ନିଯୁକ୍ତ ଅଛନ୍ତି ସେମାନଙ୍କ ସୁରକ୍ଷା ଏବଂ ଭବିଷ୍ୟତ ଆଜି ଘୋର ସଙ୍କଟରେ, ଆମେ ସରକାରୀ କର୍ମଚାରୀ ନୁହଁ, ଆମ ବିଦ୍ୟାଳୟ ର ପିଲା ମାନେ ବୃତ୍ତି ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି, ଶିକ୍ଷକ ମାନଙ୍କର ଚାକିରୀରେ ଶର୍ତ୍ତାବଳି(କେଡର ରୁଲ) ନାହିଁ, ଏବେ ଯାଏ ୨୪ ଜଣ ଶିକ୍ଷାକଙ୍କର ମୃତ୍ୟୁ ହୋଇସାରିଲାଣି, ଆଜି ସେମାନଙ୍କ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି, ସରକରଙ୍କ ତରଫରୁ କାଣୀ କୋଉଡି ଟିଏ ବି ପାଇଲେ ନହିଁ, ସମାନ କାମକୁ ସମାନ ଦରମା ଭଳି ଅନେକ ସମସ୍ୟା ଭିତରେ ଘାଣ୍ଟି ହେଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ଓ ପିଲାମାନେ,
ସରକାରଙ୍କର ଏଭଳି ମନଭାବ କାହିଁକି ? ବିଦ୍ୟାଳୟ ର ଉନ୍ନତି ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ସରକାରୀ ଚାକିରି ଛାଡି ଏହି ସଂଗଠନ ରେ ନିଯୋଜିତ ହୋଇଥିବା ବେଳେ ସରକାରଙ୍କର ଏହି ପରି ଅବହେଳା କୁ ଆମ ମନକୁ ନିରାଶ କରିଛି, ବର୍ତମାନ ବାଲିଥୁବା ନିଯୁକ୍ତି ପ୍ରକ୍ରିୟାରେ ମଧ୍ଯ ଆଶାଇ ପ୍ରାର୍ଥୀ ପ୍ରାର୍ଥନି ମାନେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖ୍ ଆବେଦନ କରିବାକୁ ପଛଘୁଞ୍ଚା ଦେଇଛନ୍ତି ।
ଦୀର୍ଘ ୧୦ ବର୍ଷ ଭିତରେ ଶିକ୍ଷକ ଶିକ୍ଷୟତ୍ରୀବୃନ୍ଦ ଦାବିପତ୍ର ମାଧ୍ୟମରେ ବାରମ୍ବାର ନିଜର ଅସୁବିଧା ମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରକଳ୍ପ ଅଧିକାରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସମସ୍ତ ଜିଲ୍ଲାପାଳ, ସମସ୍ତ ଜନ ପ୍ରତିନିଧ୍(ଏମ୍.ଏଲ.ଏଏମ୍.ପି.) ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଆସୁଛନ୍ତି, ମାତ୍ର ସମସ୍ତ ଉଦ୍ୟମ ବିଫଳ ହୋଇଅଛି ।
,ଯାହା ଫଳରେ ଶିକ୍ଷକ ସମାଜରେ ଆନ୍ଦୋଳନର ମୁଣ୍ଡ ଟେକିଛି । ଏପରି ଅନିଶ୍ଚିତତା ଭିତରେ ଅନେକ ଶିକ୍ଷକ- ଶିକ୍ଷୟତ୍ରୀ ଆଦର୍ଶ ବିଦ୍ୟାଳୟ ସଂଗଠନକୁ ଛାଡି ଅନ୍ୟତ୍ର ଚାକିରୀ କରିବାକୁ ଚାଲିଯାଉଛନ୍ତି । ତଥାପି ରାଜ୍ୟ ସରକାରଙ୍କ ଚେତା ପଶିନାହିଁ । ରାଜ୍ୟ ସରକାରଙ୍କ ଏହି ପରି ମନୋଭାବ ଆଦର୍ଶ ବିଦ୍ୟାଳୟର ଉନ୍ନତି ଦିଗରେ ବିରାଟ ବାଧା ସୃଷ୍ଟି କରିପାରେ ଏଥୁରେ ସନ୍ଧେୟ ନାହିଁ, ଏବେବି ସମୟ ଅଛି ସରକାର ଆମ ଦାବି ମାନି ନିଅନ୍ତୁ ନହେଲେ ଡିସେମ୍ବର ୮ ରୁ ପିମଜି ରାଜ ରାସ୍ତାରେ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ବୋଲି ରାଜ୍ୟ ସଭାପତି ରିପୁଦମନ ମିଶ୍ର ଏବଂ ରାଜ୍ୟ ସଂପାଦକ ସୁଭାଶିଷ
ଦାସ ମତ ପ୍ରକାଶ କରିଛନ୍ତି ।
ନିମ୍ନ ଲିଖତ ଦାବି ଗୁଡିକୁ ତୁରନ୍ତ ପୂରଣ କରିବା ପାଇଁ ସଂଘ ର ଦାବି ।
୧. ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ମାନଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଥିବା ସରକାରୀ ହାଇସ୍କୁଲଙ୍କ କର୍ମଚାରୀଙ୍କ ଭଳି ସରକାରୀ ମାନ୍ୟତା ଦାବି ଏବଂ ଏଚରାମେସ୍ ଆଡି ଖୋଲିବା।
୨:- ସମସ୍ତ କର୍ମଚାରୀଙ୍କୁ ୟୁନିଫର୍ମ କ୍ୟାଡ଼ର ମାନ୍ୟତା ଦାବି।
୩:- ସମାନ କାମକୁ ସମାନ ଦରମା। ପିଇଟି, ମ୍ୟୁଜିକ ଓ କମ୍ପ୍ୟୁଟର ଶିକ୍ଷକଙ୍କୁ ଅନ୍ୟ କର୍ମଚାରୀଙ୍କ ପରି ୪୬୦୦ ଗ୍ରେଡ ପେ ପ୍ରଦାନ।
୪:- ପ୍ରତ୍ୟେକ ଓଏଭି ରେ ପିଜିଟ୍ ଓଡ଼ିଆ ପୋଷ୍ଟିଁ ଦେବା ସହିତ ହିନ୍ଦୀ ଓ ସଂସ୍କୃତ ରେ ପିଜିଟ୍ ପୋଷ୍ଟ ତିଆରି କରିବା।
୫:- ପ୍ରତ୍ୟେକ ଓଏଭି କୁ ପି.ଏମ.ଶ୍ରୀ ସ୍କୁଲ ମାନ୍ୟତା ଦାବି।
୬:- ପ୍ରତ୍ୟେକ ଓଏଭି ରେ ଆଟର୍ସ ଷ୍ଟିମ୍ ଖୋଲିବା।
୭:- ପ୍ରତ୍ୟେକ ଓଏଭି ରେ ଓଏଭି କର୍ମଚାରୀ ପିଲାଙ୍କ ସିଟ୍ ପାଇଁ ସଂରକ୍ଷଣ କରିବା।
୮:- ଆଦର୍ଶ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗ ର କର୍ମଚାରୀମାନଙ୍କର ଏବଂ ପ୍ରିନିସପାଲ୍ ମାନଙ୍କର ପଦୋନ୍ନତି ବ୍ୟବସ୍ଥା କୁ ନିୟମିତ କରିବା।
୯:- ପ୍ରତ୍ୟେକ ଓଏଭି ରେ କ୍ଲର୍କ ପଦ ସୃଷ୍ଟି ହେବା ତଥା ଆଗରୁ ଥିବା କିଛି କ୍ଲର୍କ କର୍ମଚାରୀକୁ ନିୟମିତ କରିବା।
୧୦:- ଓଏଭି ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇ ପରୀକ୍ଷାରେ ୧୫% ସଂରକ୍ଷଣ କରିବା ସହ ଏନ୍ଏମଏସ୍ ପରୀକ୍ଷା କୁ ଓଏଭି ରେ ସାମିଲ କରିବା।
୧୧:- ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷକଙ୍କର ପୂର୍ବ ସେବା ଅବଧିକୁ ବର୍ତମାନ ସେବାରେ ମିଶାଇବା ଓ ପୂର୍ବରୁ ଆଦର୍ଶ ବିଦ୍ୟାଳୟ ଟିଜିଟ୍ ଭାବେ କାମ କରି ପୁନର୍ବାର ପିଜିଟି ଭାବେ ଯୋଗଦେବା ଶିକ୍ଷକମାନଙ୍କୁ ଚାକିରି ଓ ଦରମାରେ ସୁରକ୍ଷା ପ୍ରଦାନ।
୧୨:- ଆର୍ଟ ଟିଚର ପୋଷ୍ଟ କୁ ଟିଜିଟ୍ ଆର୍ଟ ମାନ୍ୟତା ଦେବା।
୧୩:- ରିହାବିଲଟେସନ ଏବଂ ଡେଥ୍ ଗ୍ରାଚୁଇଟି କୁ ଅଗ୍ରାଧିକାର ଦେବା।
