କୋର୍ଟରେ ଚିଲ୍ଲେଇ ଚିଲ୍ଲେଇ କ’ଣ କହିଲା ନବ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ
ଝାରସୁଗୁଡ଼ା : ହଁ..ହଁ …ମୁଁ ଗୋପାଳ ଦାସ… ମୁଁ ହିଁ …ମନ୍ତ୍ରୀ ନବ ଦାସକୁ ମାରିଛି। ଆଜି ଏମିତି କିଛି ଚିଲ୍ଲେଇଥିଲା କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ। ଗୋପାଳକୁ ନେଇ କୋର୍ଟର ଏକାଧିକ ରୋଚକ ବିଷୟ ସବୁ ଦେଥିବାକୁ ମିଳିଥିଲା। ଝାରସୁଗୁଡା ଜିଲ୍ଲା ସେସନ୍ସ କୋର୍ଟରେ ପୁଲିସ୍ ହାଜର କରିବା ପରେ ଗୋପାଳର ବୟାନ ଉପରେ ସମସ୍ତଙ୍କ ନଜର ରହିଥିଲା। ସେ ତାହାର ବୟାନ ଦେଲା। ତାର ପକ୍ଷ ରଖିବା ପାଇଁ ସେ ଓକିଲ ଦେବ ବୋଲି ବୋଲି ନ୍ୟାୟମୂର୍ତ୍ତି ପଚାରିଥିଲେ ମାତ୍ର ସେ ମନା କରିଥିଲା। ଗୋପାଳ ପାଇଁ ସରକାରଙ୍କ ପକ୍ଷରୁ ଜଣେ ଓକିଲଙ୍କୁ ନିଯୁକ୍ତି କରାଗଲା ଡିଫେନ୍ସ କାଉନସିଲଙ୍କ ତାଲିକାରୁ ନରେଶ ନାୟକଙ୍କୁ ଗୋପାଳ ଓକିଲ ଭାବେ ନିଯୁକ୍ତି ମିଳିଛି। ଆଜି ଶୁଣାଣି ସମ୍ପୂର୍ଣ୍ଣ ହୋଇ ନ ଥିଲା। ପରବର୍ତ୍ତୀ ଶୁଣାଣି ପାଇଁ ମାମଲାଟି ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟକୁ ଗଲା । ଆସନ୍ତା ଅଗଷ୍ଟ ୯ତାରିଖରେ ଶୁଣାଣି ହେବ ।
ମାତ୍ର ଜଜ୍ ଗୋପାଳକୁ କହିଥିଲେ ଯେ, ବର୍ତ୍ତମାନ ଦୋଷ ସ୍ୱୀକାର କରିବାର ସମୟ ନୁହେଁ । ଯାହା କହିବ, ପରବର୍ତ୍ତି ଶୁଣାଣିରେ କହିବ । ଏତିକି ବେଳେ କାଠଗଡାରେ ଛିଡା ହୋଇଥିବା ଗୋପାଳ ପାଟି କରି ଦୋଷ ସ୍ୱୀକାର କରୁଥିବା ଲକ୍ଷ୍ୟ କରାଯାଇଥିଲା। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହୋଇଛି ଅଭିଯୁକ୍ତ ଗୋପାଳ ଦାସ। ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ବୁଧବାର ଜିଲ୍ଲା ଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜର ହେବା ପରେ ମାମଲା ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଶୁଣାଣି ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୋପାଳକୁ କଟକ ସ୍ଥିତ ଚୌଦାର ଜେଲରୁ ନେଇ ସକାଳେ ଝାରସୁଗୁଡ଼ାକୁ ଅଣାଯାଇଥିଲା। ଏଥିପାଇଁ ପୁଲିସ୍ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।