ଓଡ଼ିଶା ପରିଚୟ ଗଠନରେ ମୋୖସୁମୀର ଅବଦାନ ଉପରେ ଆଲୋଚନା

ଭୁବନେଶ୍ୱର; ୨୨/୬: ଅଲ୍ ଥୀଙ୍ଗସ ଓଡ଼ିଶା ଦ୍ଵାରା ଆୟୋଜିତ ମାସିକ ଆଲୋଚନା ଚକ୍ର ‘ଓଡ଼ିଶା ମନସ୍କ’ର ୧୧ତମ ସଂସ୍କରଣ ଆଜି ସହିଦନଗର ସ୍ଥିତ ଏକ୍ସ୍ଟ୍ରାଓଡିନାରୀ ଓ ସେଫ୍ ଓଡ଼ିଶା ଫର୍ ହାର୍ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସେସନ୍ ଥିମ୍ ଥିଲା “ମୌସୁମୀ ମୂର୍ଛ୍ଛନା: କେବେ ଖୁସି କେବେ  ଯାତନା (ମୌସୁମୀ ଓଡ଼ିଶାର ପରିଚୟକୁ କିପରି ଗଢ଼ି ତୋଳିଛି?)”.

ଏହି ଅଧିବେଶନରେ ବିଶିଷ୍ଟ ଲେଖକ ଓ ହେରିଟେଜ୍ ବିଶେଷଜ୍ଞ ଅନିଲ୍ ଧୀର, ଖାଦ୍ୟ ଗବେଷିକା ରୁତୁ ପଟ୍ଟନାୟକ, ଇଣ୍ଡି ଚଳଚ୍ଚିତ୍ର ନିର୍ମାତା ସ୍ଵସ୍ତିକ ଚୌଧୁରୀ, ଶିକ୍ଷୟିତ୍ରୀ ଅଳକା ମିଶ୍ର, ସେଫ୍ ଓଡ଼ିଶା ଫର୍ ହାର୍ ନିର୍ଦ୍ଦେଶିକା ପ୍ରଣୟ ମଞ୍ଜରୀ ଓ ଅନ୍ୟମାନେ ଉପସ୍ଥିତ ରହି ନିଜନିଜ ଜୀବନର ଅନୁଭୂତିରୁ ମୋୖସୁମୀର ବିଭିନ୍ନ ରୂପ ଓ ଓଡ଼ିଶାର ପରିଚୟ ଗଠନରେ ଏହାର ଅବଦାନ ଉପରେ ଆଲୋଚନା କରିଥିଲେ। ସନ୍ଦିପ ବଳ ଓ ସୋନାଲି ପ୍ରୀୟଦର୍ଶୀନି ଏହି ସେସନ୍ କୁ ପରିଚାଳନା କରିଥିଲେ।

ମୋୖସୁମୀ ଓ ଓଡ଼ିଶାର ଭୋଗଳିକ ଅବସ୍ଥିତି ଏହି ପୂର୍ବ ଉପକୂଳ ରାଜ୍ୟର ସାମାଜିକ-ଅର୍ଥନୈତିକ ଓ ସାଂସ୍କୃତିକ ପରିଚୟ ଗଠନରେ ସ୍ଵତନ୍ତ୍ର ପ୍ରଭାବ ରଖିଥାଏ। ଏହି ଆଲୋଚନା ଚକ୍ରରେ କିପରି ମୋୖସୁମୀ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଇ ପାରିବ, ସେ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା। ମୋୖସୁମୀ ଜନିତ ବନ୍ୟା, ବାତ୍ୟା ଆଦିର ପରିଚାଳନାରେ ଓଡ଼ିଶା ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଥା ମଧ୍ୟ ଆଲୋଚନା କରାଯାଇଥିଲା। ଗରିବ ଲୋକ, କୃଷକ, ଗିଗ୍ ଓ୍ଵାର୍କର ମାନଙ୍କ ଅବସ୍ଥା କେମିତି ମୋସୁମୀ ବା ମନସୁନ ସମୟରେ ଖରାପ ହୋଇଥାଏ, ତାହା ମଧ୍ୟ ଅଂଶଗ୍ରହଣକାରୀ ମାନେ ମତପ୍ରକାଶ କରିଥିଲେ।

ଓଡ଼ିଶା ମନସ୍କର ୧୧ତମ ସଂସ୍କରଣରେ ଅଂଶଗ୍ରହଣ କରି ଏପରି ଆଲୋଚନାରେ ଭାଗ ନେଇଥିବାରୁ ମୁମ୍ବାଇ ସ୍ଥିତ ଟିସ୍ ଇନଷ୍ଟିଚ୍ୟୁଟର ଛାତ୍ର କ୍ଷିତିଷ ପଣ୍ଡା ଅଲ୍ ଥୀଙ୍ଗସ ଓଡ଼ିଶାରଏଭଳି ପ୍ରୟାସକୁ ପ୍ରଶଂସା କରୁଥିଲେ।

Leave a Reply

Your email address will not be published. Required fields are marked *