ଆସନ୍ତାକାଲିଠୁ ବଢିବ ରାଜ୍ୟରେ ଶୀତ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଓଡିଶାରେ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ସାଙ୍ଗକୁ କୋହଲା ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ଅନୁଯାୟୀ, ଉତ୍ତରା ପବନ ପ୍ରବାହିତ ହେଉ ନ ଥିବାରୁ ଶୀତ ଲହର ରାଜ୍ୟରେ ସ୍ଥିର ହୋଇନାହିଁ।  ଯଦିଓ ଶୀତଦିନ ଆରମ୍ଭ ହୋଇସାରିଛି, କିନ୍ତୁ ରାଜ୍ୟରେ ଶୀତ ଲହର ଏପର୍ଯ୍ୟନ୍ତ ବଢ଼ି ନାହିଁ। ତେବେ ୧୬ ତାରିଖ ପରଠାରୁ ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଜାଡ ବଢିବ। ୧୫ ତାରିଖରୁ ୨୧ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲା ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୨ ରୁ ୧୪ ଡିଗ୍ରୀକୁ ଖସିଆସିବ। ଏହାସହ ସଂଲଗ୍ନ ଜିଲ୍ଲା ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ। ପରବର୍ତ୍ତୀ ସପ୍ତାହ ୨୨ ରୁ ୨୮ନଭେମ୍ବର ମଧ୍ୟରେ ପଶ୍ଚିମ ଜିଲ୍ଲା ମାନଙ୍କରେ ତାପମାତ୍ରା ଆହୁରି ଖସିବ। ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଶୀତ ବଢିବ

Leave a Reply

Your email address will not be published. Required fields are marked *