ରାଜଭବନରେ ଲାଗିଲାନି ମନ , ମୁଖ୍ୟମନ୍ତ୍ରୀ ଆବାସ ଲାଗି ହେଲେଣି ଉଚ୍ଛନ୍ନ

ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ଏନେଇ ସେ ରାଷ୍ଟ୍ରପତି ଭବନକୁ ଅବଗତ କରିଛନ୍ତି l ଆନୁଷ୍ଠାନିକ ଭାବେ ଏହି ଘୋଷଣା ହୋଇନାହିଁ l ମାତ୍ର ରାଜଭବନକୁ ଯିବା ଆସିବା କରିଥିବା ଝାଡ଼ଖଣ୍ଡ ନେତାଙ୍କ ସୂତ୍ରରୁ ଏହି ଖବର ମିଳୁଛି l ଏମିତି କି ସେ ଇସ୍ତଫା ଦେଇଥିବା କଥା ଆଲୋଚନା ହେଉଛି। ଏହାକୁ କେହି ଖଣ୍ଡନ ମଧ୍ୟ କରୁନାହାନ୍ତି। ମହାରାଷ୍ଟ୍ର ସହ ଝାଡ଼ଖଣ୍ଡ ନିର୍ବାଚନ ଘୋଷଣା ପରେ ଶ୍ରୀ ଦାସଙ୍କ ଇସ୍ତଫା ଖବର ସାର୍ବଜନୀନ ହେବା ନେଇ ଆଶା କରାଯାଉଛି। ରଘୁବରଙ୍କ ମନପସନ୍ଦ ଆସନ ଜେଡିୟୁ କୋଟାରେ ଯିବାର ସମ୍ଭାବନା ରହିଛି। ଯାହାକୁ ନେଇ ଛକାପଞ୍ଝା ଜାରି ରହିଛି।