ଶିକ୍ଷକଙ୍କୁ ନାଲି ଆଖି ଦେଖାଇ ବୁଝାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର

୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ଶିକ୍ଷକମାନଙ୍କୁ ନାଲି ଆଖି ଦେଖାଇ ବୁଝାଇବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର । ଆନ୍ଦେଳନରେ ବସିଥିବା ୧ଲକ୍ଷ ୩୦ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ୨୨୦ ଦିନର କାର୍ଯ୍ୟ ଦିବସ ଭରଣା କରିବା ପାଇଁ ଭୟ ଦେଖାଇଛନ୍ତି ସରକାର । ଏହି ଛୁଟିକୁ ଆଗାମୀ ଶିକ୍ଷା ବର୍ଷ କ୍ୟାଲେଣ୍ଡରରେ ଭରଣା କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଦାବି ପୂରଣ ପାଇଁ ଛୁଟିରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଧାରଣରତ ଶିକ୍ଷକଙ୍କୁ ଏବେ ଏପରି କହିଛନ୍ତି ରାଜ୍ୟ ସରକାର । ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସବ୍‌ କମିଟି ଶିକ୍ଷକମାନଙ୍କୁ ଆନ୍ଦେଳନକୁ ନେଇ ଆଲୋଚନା ଜାରି ରଖିଛି। ଏ ସଂପର୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଅବଗତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ପରିସ୍ଥିତିରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଆନ୍ଦୋଳନରୁ ହଟାଇବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ। ତେବେ ଶିକ୍ଷକଙ୍କୁ ଏହି ଆନ୍ଦୋଳନକୁ ସମର୍ଥନ କରିଛି ରାଜ୍ୟ ବିଜେପି ଓ କଂଗ୍ରେସ । ବିଜେପିର ରାଜ୍ୟ ମୁଖପାତ୍ର ମନୋଜ ପାତ୍ର ଏହି ପ୍ରସଙ୍ଗରେ ମୁହ ଖୋଲିଛନ୍ତି । ସେ କହିଛନ୍ତି ଯେ, ଶିକ୍ଷକଙ୍କ ନାର୍ଯ୍ୟ ଦାବି ପାଇଁ ସେମାନେ ଧାରଣା ଦେବା ତାଙ୍କର ଗଣତାନ୍ତ୍ରିକ ଅଧିକାର ।

Leave a Reply

Your email address will not be published. Required fields are marked *