ପ୍ରକାଶ ପାଇଲା ଓଜେଇଇ ପରିକ୍ଷା ଫଳ : ବିଭିନ୍ନ ବିଭାଗରେ ୨୩ ଟପ୍ପର

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇଛି। ଆଜି ଦିନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। www. ojee. gov.in ୱେବ ସାଇଟ୍  ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଜାଣି ପାରିବେ । ଏସ୍‌ସିଟିଇ ଆଣ୍ଡ ଭିଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ  ୨୩ଟି ବିଭାଗରେ ଟପ୍ପର ହୋଇଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା।୪୮ ହଜାର ୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ହଜାର ୭୮୩ ଜଣ ପରୀକ୍ଷାର୍ଥୀ ରାଙ୍କ ପାଇଛନ୍ତି। ସେହିପରି ବି – ଫାର୍ମାରେ ସୌରଭ କୁମାର ପତି ଟପ୍ପର ହୋଇଥିବା ବେଳେ , ଏମବିଏରେ ସତ୍ୟଜିତ୍ ସାହୁ ଓ ଏମସିଏରେ ଅପୂର୍ବ ସୁନ୍ଦର ନାୟକ ଟପ୍ପର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *