ସଞ୍ଜୟଙ୍କୁ ଚେକ୍ ସହ ଗଞ୍ଜାମ ଜିଲ୍ଲା ସମୀକରଣରେ ଦେଖିବାକୁ ମିଳିପାରେ ପରିବର୍ତ୍ତନ
ଭୁବନେଶ୍ୱର,୧୬।୫ :୨୦୨୪ ସାଧାରଣ ନିର୍ବାଚନକୁ ବର୍ଷେ ରହିଛି। ଓଡ଼ିଶାରେ ଆଗୁଆ ନିର୍ବାଚନ ନେଇ ମଧ୍ୟ ଚର୍ଚ୍ଚା ଜାରି ରହିଛି। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଶେଷଥର ପାଇଁ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବେ। ତେଣୁ ଏହାକୁ ନେଇ ବିଚାରବିମର୍ଶ ଜାରି ରହିଛି। ପ୍ରାଥମିକ ଭାବେ ଗଞ୍ଜାମ ଜିଲ୍ଲା ସମୀକରଣକୁ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ବିକ୍ରମ କେଶଶୀ ଆରୁଖଙ୍କୁ ମନ୍ତ୍ରୀ କରିବା ପାଇଁ ଏକ ଆଲୋଚନା ହୋଇଛି। ହେଲେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ସେହିପରି ଯୁବ ବିଧାୟିକା ଲତିକା ପ୍ରଧାନଙ୍କ ନାଁ ମଧ୍ୟ ଆଲୋଚନାରେ ରହିଛି। କେତେକ ଉଷା ଦେବୀଙ୍କୁ ମନ୍ତ୍ରୀ ପଦରୁ ଅପସାରଣ କରିବା ନେଇ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ହେଲେ ଉଷାଙ୍କ ନିଷ୍ପତ୍ତି ନବୀନ ସ୍ୱୟଂ କରିବେ ବୋଲି ଜଣାପଡିଛି। ଅନ୍ୟ କେତେକ ନିଷ୍ପତ୍ତି ଗଞ୍ଜାମ ଜିଲ୍ଲାରେ ଅଭିଜ୍ଞତା ରଖିଥିବା ପ୍ରଶାସନିକ ଅଧିକାରୀମାନେ କରିବେ ବୋଲି ଜଣାପଡିଛି।
ଗଞ୍ଜାମ ପରେ ପୁରୀ ଜିଲ୍ଲା ନେଇ ବ୍ୟାପକ ଆଲୋଚନା ହୋଇଛି। ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ଏହି ଜିଲ୍ଲାରୁ ମନ୍ତ୍ରୀ କରିବା ନେଇ ଆଲୋଚନା କରାଯାଉଛି। ଏହି ଆଲୋଚନାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମତ ଲୋଡାଯିବାର ରହିଛି। ସେ କାହା ନାଁ ସୁପାରିସ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଛି। ତୃତୀୟ ମହଲା ନିକଟବର୍ତ୍ତୀ ତଥା ଅବସର ପରେ ପୁନଃ ନିଯୁକ୍ତି ପାଇଥିବା ଜନୈକ ସରକାରୀ କର୍ମଚାରୀଙ୍କ କହିବାନୁଯାୟୀ, ବିଜେଡି ପରିଚାଳନାକାରୀ ଯେମିତି ଚାହୁଁଛନ୍ତି, ସଞ୍ଜୟ ସେପରି ବ୍ୟବହାର କରୁନାହାନ୍ତି। ନିର୍ବାଚନ ବର୍ଷ ହୋଇଥିବାରୁ ତାଙ୍କ ସହ ଏକାଧିକ ଆଲୋଚନା ହୋଇଛି। ମାତ୍ର ଏଥିରେ ସେ ଶତ ପ୍ରତିଶତ ସଫଳତା ସମ୍ଭାବନା ନାହିଁ। ତେଣୁ ସଞ୍ଜୟଙ୍କୁ ଚେକ୍ ଦେବା ପାଇଁ ଉମା ସାମନ୍ତରାୟଙ୍କୁ ମନ୍ତ୍ରୀ କରାଯାଇପାରେ। 2004 ମସିହାରେ ଉମା ବିଜେଡିରେ ଥାଇ ମଧ୍ୟ ଲୁଲୁ ମହାପାତ୍ରଙ୍କୁ ସହାୟତା କରିଥିଲେ। ଉମା କେନ୍ଦ୍ରାପଡା ଲବି ଅତନୁ ସବ୍ୟସାଚୀ ନାୟକଙ୍କ ନିକଟତମ ବ୍ୟକ୍ତି। ସଞ୍ଜୟଙ୍କୁ ଅତନୁ ଏଣ୍ଡ କୋ ଉମାଙ୍କ ଜରିଆରେ ଚେକ୍ ଦେବାର ନଜିର ରହିଛି। ତେଣୁ ବିଚାରବିରମର୍ଶ କରି
କି ପଦକ୍ଷେପ ନିଆଯାଉଛି ନା ନାହିଁ, ତାହା ସମୟ କହିବ। ଯଦି ଯୁବ ଚେହେରା କଥା ଉଠେ, ତେବେ ରୁଦ୍ର ମହାରଥୀଙ୍କ ନାଁ ମଧ୍ୟ ଆଲୋଚନା କରାଯାଇପାରେ।