ବାହାନଗା ଟ୍ରେନ ଦୁର୍ଘଟଣରେ ସହାୟତାର ହାତ ବଢାଇଲେ ସେବୱାଗ ଓ ଆଦାନି

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣ ସାରା ଦେଶକୁ ସ୍ତବ୍ଦ କରି ଦେଇଛି । ଏବେ ଯାଏ ଅନେକ ଶବ ଚିହ୍ନଟ ହୋଇ ନଥିଲାବେଳେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ । ଏହାରି ଭିତରେ ଆହତ ଏବଂ ମୃତକଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଅନେକ ସଂଗଠନ ଓ ରାଜନେତା ।ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଦୁର୍ଘଟଣାରେ ବାପା ମାଆ ହରାଇଥିବା ଅନାଥ ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଛନ୍ତି ବୀରେନ୍ଦ୍ର ସେହଓ୍ବାଗ । ସେହଓ୍ବାଗ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।
ଟ୍ବିଟ କରି ବୀରେନ୍ଦ୍ର କହିଛନ୍ତି, ଏ ଫଟୋ ଆମକୁ ଅନେକ ସମୟ ଯାଏ ଭୟଭୀତ କରାଇବ । ଏଭଳି ଦୁଃଖର ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କ ପାଠ ପଢ଼ାରେ ମୁଁ ସାହାଯ୍ୟ କରିବି । ଇଣ୍ଟରନାସନାଲ ସ୍କୁଲ ବୋର୍ଡିଂ ଫେସିଲିଟିରେ ମୁଁ ଏହି ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବି ।ସେହପରି ବିଶ୍ବର 20 ତମ ଧନି ମଧ୍ୟରେ ଆସୁଥିବା ଗୌତମ ଆଦାନି ରବିବାର ଘୋଷଣା କରିଛନ୍ତି ଯେ ଓଡିଶା ଟ୍ରେନ ଦୁର୍ଘଟଣାରେ ବାପ , ମା ଛେଉଣ୍ଡ ପିଲାଙ୍କ ପାଠ ପଢାର ସମସ୍ତ ଖର୍ଚ ତାଙ୍କ କମ୍ପାନି ବହନ କରିବ । ସେ ଟୁଇଟ୍ କରି କହିଛନ୍ତି ଓଡି଼ଶାରେ ଘଟିଥିବା ରେଳ ଦୁର୍ଘଟଣା ଆମକୁ ଭୟଭିତ କରିଛି । ଆମେ ନିଶ୍ଚିତ କରୁଛୁ ଯେ,ଏହି ଦୁର୍ଘଟଣାରେ ବାପ,ମା ହରାଇ ଥିବା ସମସ୍ତ ପିଲାଙ୍କ ସ୍କୁଲ ଶିକ୍ଷାର ଦାୟିତ୍ବ ଆଦାନି ଗ୍ରୁପ ନେବ ।