ମାରିନେବେ ମହାପାତ୍ରେ ଚାହିଁଥିବେ ଜଳକା
ଭୁବନେଶ୍ୱର : (ଅଧିବକ୍ତା। ଆହୂତି ମହାନ୍ତି)-ଆଜିର ପିଢ଼ିକୁ ଅଖଣ୍ଡ ଭାରତ ଗଠନର ଶିଳ୍ପ ପ୍ରକ୍ରିୟା ବିଷୟରେ ଜଣାଇବା ନିହାତି ଅପରି ହାର୍ଯ୍ୟ।ବର୍ତ୍ତମାନକୁ ନେଇ କେବେ ଆଜିର ଭାରତ ପରି କଳ୍ପନା କରା ଯାଇ ନାହିଁ।ଲାଲା ଲଜପତ୍ ରାୟ,ରାଜା ରାମ ମୋହନ ରାୟ,ବାଲ୍ ଗଙ୍ଗାଧର ତିଳକ,ବିପିନ ଚନ୍ଦ୍ର ପାଲ, ସୁବାଷ ବୋଷ,ମହାତ୍ମା ଗାନ୍ଧୀ,ମୋତି ଲାଲ୍ ନେହେରୁ ଙ୍କ ସ୍ୱାଧୀନତା ପୂର୍ବର ବଳିଦାନକୁ ଅସ୍ବୀକାର କରିବା ଅସମ୍ଭବ।ସ୍ୱାଧୀନତା ପର ଭାରତ ବର୍ଷର ବୋଝ ମୁଣ୍ଡାନ୍ତି ସର୍ଦାର ବୋଲବ ଭାଇ ପଟେଲ ଙ୍କ ଠାରୁ ଆରମ୍ଭ କରି ପଣ୍ଡିତ ଜବାହାଲଲାଲ ନେହେରୁ,ଲାଲ୍ ବାହାଦୁର୍ ଶାସ୍ତ୍ରୀ,ଇନ୍ଦିରା ଗାନ୍ଧୀ,ମୋରାଜି ଦେଶାଇ,ଜୟ ପ୍ରକାଶ ନାରାୟଣ,ବିଆର୍ ଆମ୍ବେଦକର୍,ରାଜୀବ ଗାନ୍ଧୀ,ପିଭି ନରସିଂହ ରାଓ ଅଟଳ ବିହାରୀ ବାଜପେୟି,ମନ ମୋହନ ସିଂ ଠୁ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ।
“ଗୋଟିଏ ରାତିରେ ହାତୀ ମିଳିଯାଏ ନାହିଁ ନ୍ୟାୟରେ” ବର୍ତ୍ତମାନ ସରକାର ଆଜିର ଭାରତର ନିର୍ମାତା ନୁହଁନ୍ତି।ଏ ବାର୍ତ୍ତା ଅତ୍ୟନ୍ତ ସ୍ପଷ୍ଟ ଭାବେ ରହିବା ଦରକାର।ଗୁଣ୍ଡୁଚି ମୂଷା ଠୁ ଆରମ୍ଭ କରି ବାନରସେନା ପର୍ଯ୍ୟନ୍ତ ରାମସେତୁ ନିର୍ମାଣ କରିବାରେ ଏ ସମସ୍ତଙ୍କର ଭୂମିକା ଯେତିକି ଅତୁଳ ନୀୟ ଥିଲା ଠିକ ସେତିକି ପୂର୍ବରୁ ଉଚ୍ଚାରଣ କରିଥିବା ସମସ୍ତ ନାମ ଧାରୀ ମଣିଷ ଏ ସୁନାର ଭାରତ ତିଆରି କରିବାରେ ସଭିଙ୍କର ବଳିଦାନକୁ ଆମେ ସମସ୍ତେ ମନେରଖିବା ପାଇଁ ବାଧ୍ୟ।ସମସ୍ତ ନେତୃତ୍ୱ ଓ ସମଗ୍ର ଭାରତ ବାସୀ ଭାରତୀୟ ଙ୍କ ଲୁହ ଲହୁରେ ଆଜି ଛିଡା ହୋଇ ପାରିଛି ଏ ସଶକ୍ତ ଭାରତବର୍ଷ।ଅତୀତକୁ ବଖାଣିବାକୁ ହେଲେ ନୂଆ ଏକ ଇତିହାସ ରଚ୍ଚନା କରିବାକୁ ପଡିପାରେ ଆଜିକାଲିର ନେତୃତ୍ୱ କ୍ଷମତାକୁ ଦାୟିତ୍ୱ ବୋଲି ନ ଭାବି ଠିକାଦାରୀ ବୋଲି ଭାବୁଛନ୍ତି,ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ପରିତାପର ବିଷୟ ମଧ୍ୟ।ଜାତୀୟ ସମ୍ପତ୍ତି କୁ ନିଜର ଜାଗିର୍ ବୋଲି ମନେ କରିବା ଏକ ଧ୍ରୁଷ୍ଟତା ନିଶ୍ଚୟ।
ଏକବିଂଶ ଶତାବ୍ଦୀର ଆରମ୍ଭରୁ ରାଜନୀତିରେ ବେପାର ପଶି ଯାଇଛି ବୋଲି ଅନେକ ହୃଦବୋଧ କରନ୍ତି।ଯାହା ଆଜି ଶିଖର ଛୁଇଁଛି।ଜାତୀୟ ସ୍ତରର କଥାକୁ ଯିବା ନାହିଁ।ରତ୍ନଗର୍ଭା ଓଡିଶାର ଦାୟିତ୍ୱ ନେଇଥିବା ଚବିଶି ବର୍ଷର ସରକାର ନିଜ ଗୋଡ଼ରେ କୁରାଢ଼ୀ ମାରିବା ପରେ ପରେ ନୂଆ ବେଗର ଆଶାରେ ସରଳିଆ ଓଡ଼ିଆ ଡବଲ ଇଞ୍ଜିନ୍ ସରକାରଙ୍କୁ ବାଛିବାରେ କାର୍ପନ୍ୟତା ଦେଖାଇ ନାହାନ୍ତି।
ନିର୍ବାଚନି ପାଣ୍ଠି ପାଇଁ ଆଜିର ନେତୃତ୍ୱଙ୍କର ଘୋରୋଇ ସଂସ୍ଥା ପାଇଁ ପ୍ରୀତି କାହାକୁ ଅଛପା ନାହିଁ।ଗାଁ ଗଣ୍ଡା ରେ ଲୋକେ କୁହାକୁହି ହେଉଛନ୍ତି “ଆଦାନି” କଣ ଏ ସରକାରଙ୍କର ଗେଲ୍ହା ଜ୍ଵାଇଁ।ସେ ଗୋପାଳପୁର ପୋର୍ଟର ଅଂଶଧନ ହେଉ କି ଧାମରା ପୋର୍ଟ ହେଉ।ବିଦେଶରେ ବିଦ୍ୟୁତ ସରବରାହ ଅବସ୍ଥାର ଠିକାଦାରୀ ହେଉ କିମ୍ବା ଜାତୀୟ ସ୍ତରର ପିଏସିଇଉ ୟୁନିଟ ମାନ ହେଉ ଏ ସମସ୍ତଙ୍କୁ ଶାଗ ମାଛ ଦରରେ ନିଜର ପାଣ୍ଠି ବଢାଇବା ଉଦେଶ୍ୟରେ ଗେଲ୍ହା ଜ୍ଵାଇଁଙ୍କୁ ଟେକିଦେବା କେତେ ଦୂର ଯୁକ୍ତି ଯୁକ୍ତ ଆଗାମୀ ଇତିହାସ ଏହାକୁ ବିଚାର କରିବ ନିଶ୍ଚୟ।ନିରୀହ ଜନତା ଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନରେ ଲଣ୍ଠନ ଦେଖାଇ ବିକାଶର ବେଲୁନ ଫୁଙ୍କି ନିଜର ଦୋଷ ଲୁଚାଇବାକୁ ଚେଷ୍ଟା କରି ହୁଏତ ସଫଳ ହୋଇପାରନ୍ତି କିଛି କୁଚକ୍ରି କିନ୍ତୁ “ଚୋର ଘର ସବୁବେଳେ ଅନ୍ଧାର ନୁହେଁ ନ୍ୟାୟରେ” ଏ କଥା ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି।
ଆମ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ବିଶେଷ କରି ତାଳଚେର ଅଞ୍ଚଳରେ ଗଢି ଉଠି ଥିବା କିଛି ରାଷ୍ଟ୍ରାୟତ ଉଦ୍ୟୋଗ ମାନଙ୍କୁ ଗେଲ୍ହା ଜ୍ୱାଇଁଙ୍କ ହାତରେ ଟେକିଦେବା ପାଇଁ ଉପର ମହଲରେ ଏକ ଭିତିରି ମସୁଧା ଚାଲିଛି ବୋଲି ଲୋକେ ଟୁପୁରୁ ଟାପୁରୁ ହେଲେଣି।ଲାଭରେ ଚାଲୁଥିବା ନାଲୋକ ମୋଟା ଅଙ୍କର ରାଜସ୍ଵ ଦେଉଥିବା କଲ ଇଣ୍ଡିଆ,ଏମ ସିଏଲ୍,ଏନ ଟି ପିସି,ସାର କାରଖାନା ଏବଂ କିଛି ଖଣିଜ ସଂସ୍ଥା ଇତ୍ୟାଦି।କିଛି ସରକାରୀ ସଂସ୍ଥା କାଳେ ଗେଲ୍ହା ଜ୍ଵାଇଁଙ୍କ ପକେଟକୁ ଚାଲି ଯିବ ବୋଲି ନିଜର ମୁଣ୍ଡିଆଳମାନେ ମୋଟା ଭାଇଙ୍କ ସହ ଡ଼ିଲ କରିଥିବା ଲୋକେ କୁହାକୁହି ହେଉଛନ୍ତି।
ଯଦି ଏହା ସତ୍ୟ ତାହେଲେ ସାଙ୍ଘାତିକ।ମିଛ ହୋଇଥିଲେ କ୍ଷମା କରିବେ।ଏହା ଯଦି ଘଟେ ଚବିଶି ବର୍ଷକୁ ପଛରେ ପକାଇ ନୂଆ ଏକ ଆଶାର ଅପେକ୍ଷାରେ ଥିବା ସ୍ଥାନୀୟ ଭୋଟର,ସ୍ଥାନୀୟ ଜନ ସାଧାରଣ, ସ୍ଥାନୀୟ ଖଟି ଖିଆ ଦିନ ମଜୁରିଆ ,ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀ,ସ୍ଥାନୀୟ ଟ୍ରକ ମାଲିକ ସଙ୍ଘ ସମ୍ପୃକ୍ତ ସଂସ୍ଥା ମାନଙ୍କର ଶ୍ରମିକ କର୍ମଚାରୀ ମାନଙ୍କ ପାଇଁ ଯାହା ଏକ ଧକ୍କା ବାଜି ଠାରୁ କିଛି କମ ନୁହେଁ।ବିଶ୍ୱାସ ରେ ବିଷ ଦେବା ଅପେକ୍ଷା ସତକୁ ସତ ବିଷ ଦେଇ ଏ ନାଗରିକ ମାନଙ୍କୁ ହତ୍ୟା କରିଦେଲେ ବୋଧ ହୁଏ ଏହା ଠାରୁ ବଡ଼ ପାପ କିଛି ହୁଅନ୍ତା ନାହିଁ।ନାଗରିକ ମାନଙ୍କୁ ବିଷ ଦେଇ ହତ୍ୟା କରି ଦେଲେ ବୋଧ ହୁଏ ବହୁତ ଭଲ ହୁଅନ୍ତା ଏମାନଙ୍କର।କମ ସେ କମ ଏ ଦୁସ୍ଛିନ୍ତାରୁ ତ ମୁକ୍ତି ପାଆନ୍ତେ।
“ସମୟ ବଡ଼ ବଳବାନ”! ସତ ନିଶ୍ଚୟ ସାମ୍ନାକୁ ଆସିବ।କେବଳ ଅପେକ୍ଷା କରିବା ଛଡା ଆମ ହାତରେ ଆଉ କିଛି ନାହିଁ।
ହଁ ଏହା ସତ୍ଯ ଘଟଣା, କିନ୍ତୁ ଡରି ଯିବୁନି କୀ ହାରି ଯିବୁନି। ଲଢିବୁ ତ ମାଟି ପାଇଁ ମରିବୁ ମାଟି ପାଇଁ। ବିଦେଶୀ କୁ କରିବୁ ବାଏ ବାଏ…