ଖୋଖୋ ଖେଳାଳିଙ୍କ ପ୍ରଶିକ୍ଷଣର ଭୂ-ସ୍ୱର୍ଗ ହେବ ଓଡ଼ିଶା
ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ଖୋଖୋ ଉଚ୍ଚଗୁଣବତ୍ତା କେନ୍ଦ୍ର । ଏଥିଲାଗି ଦୁଇଦିନ ପୂର୍ବରୁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ଭାରତ ସହ ଓଡ଼ିଶା ସରକାରଙ୍କ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ବାକ୍ଷର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣାଙ୍କ ସହ ଏଏମ୍ଏନ୍ଏସ୍ର କେଜି କୁବୋତା ଓ ସପର୍ଣ୍ଣା ନନ୍ଦ ଉପସ୍ଥିତ ଥିଲେ। ଚୁକ୍ତି ଅନୁଯାୟୀ ଓଡ଼ିଶା ଭିତ୍ତିଭୂମି ଯୋଗାଇବାକୁ ଥିଲା ବେଳେ ରାଜ୍ୟରେ ଖୋଖୋ କ୍ରୀଡ଼ାର ଉନ୍ନତି ପାଇ ଏଏମ୍ଏନ୍ଏସ୍ ଅଭିଜ୍ଞ ପ୍ରଶିକ୍ଷକ ନିଯୁକ୍ତ କରିବ ବୋଲି ଜଣାପଡିଛି। ଏହି କେନ୍ଦ୍ର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବ।