ଓଡ଼ିଆ ପୁଅ ଦେବଦତ୍ତ ଚାନ୍ଦ ହେଲେ ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ 

ଭୁବନେଶ୍ବର : ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଓଡିଶାର ପୁଅ  । ବଲାଙ୍ଗିର ଜିଲ୍ଲାର ଦେବଦତ୍ତ ଚାନ୍ଦଙ୍କ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ପାଇଛନ୍ତି । ଦେବଦତ୍ତ ଚାନ୍ଦର ୩ ବର୍ଷ ଯାଏ ବ୍ୟାଙ୍କ ଅଫ ବରୋଦାର ଏମଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ। ।

ବର୍ତ୍ତମାନ ସଞ୍ଜୀବ ଚଡା ବ୍ୟାଙ୍କ ଅଫ ବରୋଦାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର କାର୍ଯ୍ୟକାଳ ଜୁନ୍‌ ୩୦ରେ ଶେଷ ହେବକୁ ଯାଉଛି । ଏହାପରେ ଦେବଦତ୍ତ ଚାନ୍ଦଙ୍କ ନୂଆ ଦାୟିତ୍ୱ ନେବେ। ଦେବଦତ୍ତ ଚାନ୍ଦ ପୂର୍ବରୁ ବିଓବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ । ଦେବଦତ୍ତଙ୍କ ଘର ବଲାଙ୍ଗୀର ପ୍ୟାଲେସ ଲାଇନରେ ।ପୃଥ୍ବୀରାଜ ହାଇସ୍କୁଲରେ ପାଠ ପଢିବା ପରେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିଲେ । ପୂର୍ବରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସମୟରେ ବ୍ୟାଙ୍କ ଅଫ ବରୋଦାର ଉଚ୍ଚସ୍ତରୀୟ ଅଧିକାରୀ ପଦରେ ନିଯୁକ୍ତ ହୋଇଥିଲେ । ସେଠାରେ ତାଙ୍କୁ ସିଇଓ ଭାବେ ପଦୋନ୍ନତି ମିଳିଛି । ଏଥିପାଇଁ ଦେବଦତ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *