ପରବର୍ତ୍ତୀ ଉପବାଚସ୍ପତି ହେବେ ସାଲୁଗା ପ୍ରଧାନ …

ଜି.ଉଦୟଗିରିର ବିଧାୟକ ସାଲୁଗା ପ୍ରଧାନ ହେବେ ଓଡ଼ିଶା ବିଧାନସଭାର ଉପବାଚସ୍ପତି । ଶାସକ ଦଳ ବିଜେଡି ପକ୍ଷରୁ ସୋମବାର ତାଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ କରିଛନ୍ତି । ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ।
ଉଲ୍ଲେଖଯୋଗ୍ୟ, ୬୪ ବର୍ଷୀୟ ସାଲୁଗା ପ୍ରଧାନ ବିଜେଡି ଟିକେଟରେ ୨୦୦୦ ମସିହାରେ ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ ମସିହାରେ ସେ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ଆସିଛନ୍ତି ।
ଉପବାଚସ୍ପତି ପଦ ଲାଗି ପ୍ରାର୍ଥୀ ହୋଇଥିବାରୁ ଶ୍ରୀ ପ୍ରଧାନ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ବିଧାନସଭା ଗୃହ ପରିଚାଳନାରେ ବରିଷ୍ଠ ସଦସ୍ୟମାନଙ୍କର ସହଯୋଗ ମଧ୍ୟ କାମନା କରିଛନ୍ତି । ବିଧାନସଭାର ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଗତ ୮ ତାରିଖ ଦିନ ଇସ୍ତଫା ଦେଇଥିଲେ । ଏହା ପରେ ନୂତନ ଉପ ବାଚସ୍ପତି ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା