କର୍ମଚାରୀଙ୍କୁ ରଖିବା ପାଇଁ ଗୁଗଲର ଆଶ୍ଚର୍ଯ୍ୟଜନକ ଘୋଷଣା ଜାଣନ୍ତୁ କେତେ ବଢାଇଲା ଦରମା …

ବେସରକାରୀ ଚାକିରିରେ, କର୍ମଚାରୀମାନେ ଗୋଟିଏ କମ୍ପାନୀରୁ ଅନ୍ୟ କମ୍ପାନୀକୁ ଯିବା ସାଧାରଣ କଥା କିନ୍ତୁ କର୍ମଚାରୀମାନଙ୍କୁ ଚାକିରୀ ଛାଡିବାକୁ ୩୦୦ ପ୍ରତିଶତ ବେତନ ବୃଦ୍ଧି ଆଶ୍ଚର୍ଯ୍ୟଜନକ ହେଲେ ବି ଏହା ସତ୍ୟ ଅଟେ | ଗୁଗୁଲ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛି | ଏହାର ଜଣେ କର୍ମଚାରୀଙ୍କୁ ଅଟକାଇବା ପାଇଁ ଗୁଗୁଲ ତାଙ୍କ ଦରମାକୁ ୩୦୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି ।
ସୂଚନାଯୋଗ୍ୟ, ଗୁଗୁଲର ପ୍ରିୟର କର୍ମଚାରୀ ଆଇଆଇଟି ମାଡ୍ରାସର ପୂର୍ବତନ ଛାତ୍ର ଷ୍ଟର୍ଟଅଫରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ କମ୍ପାନି ତାଙ୍କର ପାରିଶ୍ରମିକୁ ୩୦୦ପ୍ରତିଶତ ବୃଦ୍ଧି କରିବାର ପ୍ରସ୍ତାବ ଦେଇଥିଲା। ଏଥିରେ କର୍ମଚାରୀ ରାଜି ହୋଇ ନିଜ ପଦରେ ପୁଣି ରହିଥିଲେ।
ପର୍ପ୍ଲେକ୍ସିଟି ଏଆଇର ସିଇଓ ଅରବିନ୍ଦ ଶ୍ରୀବାସ୍ତ ଏହି ଘଟଣା ବିଷୟରେ ଆଲୋଚନା କରି କହିଛନ୍ତି, ଗୁଗୁଲ ନିଜର କର୍ମଚାରୀଙ୍କୁ କମ୍ପାନିରେ ରଖିବା ପାଇଁ କୌଣସି ସ୍ତର ପର୍ଯ୍ୟନ୍ତ ଯାଇପାରେ। ଯେଉଁ କର୍ମଚାରୀ ଆମର କମ୍ପାନିରେ ଯୋଗ ଦେବା ପାଇଁ ଆସୁଥିଲେ ସେ ଗୁଗୁଲ ସର୍ଚ୍ଚ ଟିମର ସଦସ୍ୟ ଥିଲେ। ତାଙ୍କର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ କୌଣସି ପ୍ରକାର ନେଣଦେଣ ନଥିଲା। ଏହା ସତ୍ତ୍ବେ ବି କମ୍ପାନି ଉକ୍ତ କର୍ମଚାରୀଙ୍କ ଦରମାକୁ ୩୦୦ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧ କରି ଅଟକାଇ ଦେଲା।