ଫ୍ୟାନ ମାନେ କେମିତି ଗ୍ରହଣ କରିବେ.. ଏହି ଚିନ୍ତା ଘାରିଥିଲା ଶୀତଲଙ୍କୁ… ହେଲେ ଫିଲ୍ମ ରିଲିଜ୍ ପରେ ..

ଭୁବନେଶ୍ୱର: ଓଲିଉଡ୍ ର ଚୁଲବୁଲି ନାୟିକା ଭାବେ ସେ ଶୀତଲ ପରିଚିତ। ବିଶେଷ କରି ଲଭ ଷ୍ଟୋରୀ ହେଉ କି ରୋମାଣ୍ଟିକ ସ୍କ୍ରିନ୍ ପ୍ଲେ, ସବୁବେଳେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ତେଣୁ କୌଣସି ଫିଲ୍ମରେ ଶୀତଲ ଅଛନ୍ତି ମାନେ, ତାଙ୍କ ଫ୍ୟାନ୍ ସିନେମାଟିରେ ଲଭ୍, ରୋମାନ୍ସ ନିହାତି ଥିବ ବୋଲି ନିଶ୍ଚିତ ହୋଇଥାଆନ୍ତି। ଆଉ ଭରପୂର ମଜା ଉଠଆଇ ଥାଆନ୍ତି। ହେଲେ କ୍ୟାରିୟରରେ ପାଖାପାଖି ଏକ ଦଶନ୍ଧି ବିତାଇବାକୁ ଯାଉଥିବା ଶୀତଲ ଏକ ଭିନ୍ନ ରୂପରେ ଆସିଛନ୍ତି।

ହଁ ପାଠକ ବନ୍ଧୁ। ସଦ୍ୟତମ ରିଲିଜ୍ ହୋଇଥିବା ଜହ୍ନ ରାତିର ସାଥିରେ ଶୀତଲ ଆଉ ଚୁଲବୁଲି ଭୂମିକାରେ ନାହାନ୍ତି। ସେ ବହୁତ ସମ୍ବେଦନଶୀଳ ଏବଂ ସିରିୟସ୍ ଭୂମିକାରେ ପରଦାକୁ ଆସିଛନ୍ତି। ଏକଥା କେବଳ ଫିଲ୍ମ ଦେଖିଲେ ନୁହେଁ, ଟ୍ରେଲର ଦେଖି ଆପଣ ଜାଣିପାରିବେ। ଏହି ସିନେମା ରିଲିଜ୍ ହେବା ପୂର୍ବରୁ ବେଶ୍ ନର୍ଭସ ଥିଲେ ଶୀତଲ। ନୂଆ କରି ଏମିତି ସିରିୟସ୍ ଭୂମିକାରେ ପରଦାକୁ ଆସିଛନ୍ତି। ତାଙ୍କୁ କେତେ ମାତ୍ରାରେ ଗ୍ରହଣ କରିବେ, ସେ ନେଇ ଡ଼ର ରହିଥିଲା। ହେଲେ ରିଲିଜ୍ ହେବା ପରେ ନିଜ ରୋଲ୍ ଏବଂ ଦର୍ଶକଙ୍କ ଫିଡବ୍ୟାକ୍ ତାଙ୍କ ଆତ୍ମବିଶ୍ୱାସକୁ ଆହୁରି ଦ୍ୱିଗୁଣ କରିଛି। ସେ ଯେଉଁ ନର୍ଭସ ନେସ୍ ଫିଲ୍ କରୁଥିଲେ , ଆଉ କରୁ ନାହାନ୍ତି। ଜହ୍ମ ରାତିର ସାଥିର ଅନୁଭୂତି ତାଙ୍କ କ୍ୟାରିୟରକୁ ଏକ ନୂଆ ସୋପାନକୁ ନେଇଛି। ଏବେ ଶୀତଳ ଆହୁରି ଦୁଇରୁ ତିନୋଟି ୟୁନିକ୍ ପ୍ରୋଜେକ୍ଟରେ କାମ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *