ଓମ୍ ବିର୍ଲା ହୋଇପାରନ୍ତି ଲୋକସଭା ବାଚସ୍ପତି…

ନୂଆଦିଲ୍ଲୀ: କିଏ ହେବେ ବାଚସ୍ପତି, କାହାକୁ ମିଳିବ ଗୁରୁତ୍ଵପୂର୍ଣ୍ଣ ବାଚସ୍ପତି ପଦ। ସମୟ ବଢିବା ସହ କଳ୍ପନା ଜଳ୍ପନା ମଧ୍ୟ ବଢୁଥିଲା। କିନ୍ତୁ ଏହି ସବୁ ସସପେନ୍ସ ଉପରେ ଲାଗିଛି ରୋକ୍ । କାରଣ ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା। ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା। ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇଣ୍ଡି ମେଣ୍ଟ ପକ୍ଷରୁ କେ. ସୁରେଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏବେ କାମଚଳା ବାଚସ୍ପତି ଭାବେ ଭର୍ତୁହରି ମହତାବ ଦାୟିତ୍ଵ ନେଇଛନ୍ତି।