କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ମେନ ଚାଣ୍ଡିଙ୍କ ପରଲୋକ

କେରଳ; ବରିଷ୍ଠ କଂଗ୍ରେସ ନେତା ଓ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ଆଜି ଦେହାନ୍ତ ହୋଇଛି। ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।


ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ‌ଭାବେ କାର୍ଯ୍ୟ କରିଥିବା ଚାଣ୍ଡିଙ୍କର ଆଜି ସକାଳେ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଚାଣ୍ଡି ଓମେନ ଏକ ଫେସବୁକ ପୋଷ୍ଟରେ ଏହି ଘୋଷଣା କରିଛନ୍ତି। ସେ ବେଶି କିଛି ବର୍ଣ୍ଣନା ନକରି, ‘ଆପା ଚାଲିଗଲେ’ ବୋଲି ଲେଖିଛନ୍ତି। ଓମେନ ଚାଣ୍ଡିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଗତ କିଛି ଦିନ ଧରି ସେ ଚିକିତ୍ସା ପାଇଁ ବେଙ୍ଗାଲୁରୁରେ ରହିଥିଲେ। ତେବେ ତାଙ୍କର ଦେହାନ୍ତରେ ପରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ସମେତ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ , ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *