ଶ୍ରୀଲଙ୍କାକୁ ଆଉ ଏକ ଝଟକା ଦେଲା ଆଇସିସି ଜାଣନ୍ତୁ କ’ଣ …

ଶ୍ରୀଲଙ୍କା କ୍ରିକେଟ୍ ଏକ ଖରାପ ସମୟ ଦେଇ ଗତି କରୁଛି। ୨୦୨୩ ବିଶ୍ୱକପ୍ ରେ ପରାଜୟର ସମ୍ମୁଖୀନ ହେବା ପରେ ଶ୍ରୀଲଙ୍କା ଦଳ ବାଦ୍ ପଡ଼ିଥିଲା। ଏବେ ଆଉ ଏକ ସମସ୍ୟା ଏହି ଦଳ ପାଇଁ ଉପୁଜିଛି। ୨୦୨୪ ଅଣ୍ଡର-୧୯ ବିଶ୍ୱକପ୍ ଆୟୋଜନ ରୁ ଆଇସିସି ଶ୍ରୀଲଙ୍କାକୁ ବଞ୍ଚିତ କରିଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡରେ ଚାଲିଥିବା ଅଶାନ୍ତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ଏବେ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦାୟିତ୍ୱ ହସ୍ତାନ୍ତର କରିଛି। ଆଇସିସି ଏ ନେଇ ଦୀର୍ଘ ସମୟ ଧରି ବୈଠକ କରିଥିଲା ଏବଂ ଶେଷରେ ଦକ୍ଷିଣ ଆଫ୍ରିକାକୁ ଆୟୋଜନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ୧୯ ବର୍ଷରୁ କମ୍ ବିଶ୍ବକପ୍ ଆସନ୍ତା ବର୍ଷ ଜାନୁଆରି-ଫେବ୍ରୁଆରିରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ୨୦୨୩ ବିଶ୍ୱକପ୍ ରେ ଖରାପ ପ୍ରଦର୍ଶନ ପାଇଁ ପୂରା ବୋର୍ଡକୁ ବହିଷ୍କାର କରିଥିଲେ। ଆଇସିସି ଏହାକୁ ବୋର୍ଡରେ ସରକାରଙ୍କ ହସ୍ତକ୍ଷେପ ବୋଲି ବିଚାର କରି ଶ୍ରୀଲଙ୍କା ବୋର୍ଡକୁ ନିଲମ୍ବିତ କରିଥିଲା। ଏବେ ଶ୍ରୀଲଙ୍କାକୁ ଆଉ ଏକ ଝଟକା ଲାଗିଛି।