ସେଫର ସ୍ବପ୍ନ ନେଇ ହୋଇଗଲେ ହିରୋ

ସାଉଥ ଇଣ୍ଡଷ୍ଟ୍ରିର ଜଣେ ନାମୀଦାମୀ ଅଭିନେତା ହେଉଛନ୍ତି ଧନୁଷ । ଫିଲ୍ମକୁ ଆସିବା ପୂର୍ବରୁ ସେଫ୍ ହେବା ପାଇଁ ଦିନେ ସେ ସ୍ଵପ୍ନ ଦେଖୁଥିଲେ । ମାତ୍ର ବଡଭାଇଙ୍କ ପରାମର୍ଶକ୍ରମେ ଫିଲ୍ମରେ ପାଦ ଦେଇ ସେ ଆଜି ଜଣେ ଲୋକ ପ୍ରିୟ ଅଭିନେତା ରୂପେ ପରିଚୟ ହାସଲ କରିଛନ୍ତି । ସେଫ୍ ହେବା ପାଇଁ ପିଲାଦିନୁ ତାଙ୍କର ଇଚ୍ଛା ଥିଲା । ଏଥିପାଇଁ ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିବାକୁ ମଧ୍ୟ ଚାହୁଁଥିଲେ । ମାତ୍ର ତାଙ୍କ ବାପା ଜଣେ ପ୍ରଡ୍ୟୁସର ହୋଇଥିବାବେଳେ ତାଙ୍କ ବଡଭାଇ ମଧ୍ଯ ଏହାକୁ ନିଜ ପେଶା ରୂପେ ବାଛିଥିଲେ । ତେଣୁ ଧନୁଷଙ୍କୁ ମଧ୍ୟ ସେଫ୍ ନ ହୋଇ ଅଭିନେତା ହେବା ପାଇଁ ପରାମର୍ଶ ଦେଇଥିଲେ । ଯାହାଫଳରେ ଧନୁଷ ସେଫ୍ ସ୍ଵପ୍ନକୁ ଭୁଲି ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ । ୨୦୦୨ରେ ଥୁଲବଧୋ ଇସ୍ଲାମଇ ଫିଲ୍ମରୁ ସେ ଡେବ୍ୟୁ କରିଥିଲେ । ମାତ୍ର ଫିଲ୍ମଟି ସେତେ ଟା ହୋଇପାରିନଥିଲା । ଏହାର ବର୍ଷକ ପରେ ବଡଭାଇଙ୍କ ନିର୍ଦ୍ଦେଶିତ ଫିଲ୍ମ କଢାଲ କୋଣ୍ଟୋରେ ତାଙ୍କୁ ପୁନଶ୍ଚ ଦେଖ‌ିବାକୁ ମିଳିଥିଲା । ଯାହା ତାଙ୍କୁ ଷ୍ଟାର ହେବାର ପରିଚୟ ଦେଇଥିଲା । ଏହାପରେ ସାଉଥ୍ ସମେତ ବଲିଉଡ୍ ଏବଂ ହଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତାଙ୍କ ଦ୍ଵାରା ଲେଖାଯାଇଥିବା ତଥା ସେ ଗାଇଥିବା ‘ୱାୟ ଦିଶ୍ କୋଲାଭରୀ ଡି’ ଗୀତ ବହୁ ପପୁଲାର୍ ହୋଇଥିଲା । ୟୁଟ୍ୟୁବରେ ଏହା ପ୍ରଥମକରି ୧୦୦ କୋଟି ଟପି ରେକର୍ଡ କରିଥିଲା ।

Leave a Reply

Your email address will not be published. Required fields are marked *