କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣାକୁ ନେଇ ଘଣ୍ଟା ବାକି

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ପୁର୍ନବାର କର୍ନାଟକର ମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ଦଳର 70 ପ୍ରତିଶତ ବିଧାୟକ ସିଦ୍ଧରାମାୟଙ୍କ ସପକ୍ଷରେ ମତ ରଖିଛନ୍ତି। ହାଇକମାଣ୍ଡଙ୍କୁ ଏ ସମ୍ପର୍କରେ ଦଳର 3 ପର୍ଯ୍ୟବେକ୍ଷକ ଜଣାଇସାରିଛନ୍ତି। ଏପରିକି ଡିକେ ଶିବକୁମାରଙ୍କୁ କିଛିବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ସିଦ୍ଧରାମାୟା ସମ୍ମତି ପ୍ରକାଶ କରିଛନ୍ତି। କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ସିଦ୍ଧରାମାୟା-ଡିକେ ଶିବକୁମାରଙ୍କୁ ଏକାଠି ଡାକି ଆଲୋଚନା କରିବାକୁ ନୂଆଦିଲ୍ଲୀ ଡକାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁନ୍ୟ 3 ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ଡିକେ ଶିବକୁମାର, କେ ମୁନିୟାପ୍ପା ଉପମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ।
ମନ୍ତ୍ରିମଣ୍ଡଳରେ ସାମାଜିକ ନ୍ୟାୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ। କାରଣ ସାମାଜିକ ସମୀକରଣ ହିଁ ହିନ୍ଦୁତ୍ୱ ଧ୍ରୁବୀକରଣଙ୍କୁ ଭାଙ୍ଗିବାରେ ସହାୟକ ହୋଇଥାଏ। ମଙ୍ଗଳବାର କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣାର ସର୍ବାଧିକ ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *