୨୩ରେ ବିରୋଧି ଦଳ ଶୀର୍ଷନେତାମାନଙ୍କ ପାଟନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପାଟନା : ଆସନ୍ତା ୧୨ ତାରିଖରେ ହେବାକୁ ଥିବା ବିରୋଧି ଦଳ ମୁଖ୍ୟମାନଙ୍କ ବୈଠକ ଦୁଇଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ଏହି ବୈଠକ ଆସନ୍ତା ଜୁନ୍‌ ୨୩ ତାରିଖରେ ବିହାରର ପାଟନାରେ ଅନୁଷ୍ଠିତ ହେବ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ ପୌରହିତ୍ୟ କରିବେ ବୋଲି ଜଣାପଡିଛି। ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏବଂ ଡିଏମ୍‌କେ ସୁପ୍ରିମୋ ଏମ‌କେ ଷ୍ଟାଲିନଙ୍କ ସମେତ ଅନ୍ୟ ଶୀର୍ଷ ନେତାମାନେ ଯୋଗ ଦେବେ ବୋଲି ଜେଡିୟୁ ମୁଖ୍ୟ ଲଳନ ସିଂହ କହିଛନ୍ତି। ଏହି ବୈଠକରେ ସର୍ବନିମ୍ନ କାର୍ଯ୍ୟସୂଚୀ ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ନେଇ ଆଲୋଚନାର ଭିତ୍ତି ପଡ଼ିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *