ଏହାର କଡା ଜବାବ ଦିଆଯିବ, ପାକିସ୍ତାନ ଏୟାର ଷ୍ଟ୍ରାଇକର ପ୍ରତିକ୍ରିୟା ରଖିଲା ଆଫଗାନିସ୍ତାନ ମନ୍ତ୍ରାଳୟ

ନୂଆଦିଲ୍ଲୀ :ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କଲା ପାକିସ୍ତାନ।ଆଫଗାନିସ୍ତାନର ବରମଲରେ ପାକିସ୍ତାନର ଏୟାର ଷ୍ଟ୍ରାଇକରେ ୧୫ ମୃତ। ମଙ୍ଗଳବାର ରାତିରେ ପାକିସ୍ତାନ ଏହି ଆକ୍ରମଣ କରିଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ରହିଥିବା ଜଣାପଡିଛି। ଆଫଗାନିସ୍ତାନରେ ଲୁଚି ରହିଥିବା ପାକିସ୍ତାନୀ ତହରିକ୍ ଏ ତାଲିବାନର ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରିବା ଲାଗି ପାକିସ୍ତାନ ଏହି ଏୟାର ଷ୍ଟ୍ରାଇକ୍ କରିଛି।ଏହି ଷ୍ଟ୍ରାଇକରେ ତାଲିବାନ୍ ଆତଙ୍କୀଙ୍କ ତାଲିମ୍ କେନ୍ଦ୍ରକୁ ଧ୍ବଂସ  ହେବା ସହ ନିକଟରେ ଥିବା କେତେକ ଗାଁ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ଏହି ଘଟଣାକୁ ନିନ୍ଦା କରି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ପାକିସ୍ତାନକୁ ଏହାର ଜବାବ ଦିଆଯିବ।

Leave a Reply

Your email address will not be published. Required fields are marked *