Ind vs Aus : ରୋହିତ ଗମ୍ଭୀରଙ୍କ ମଧ୍ୟରେ ସମନ୍ୱୟର ଅଭାବ କହିଲେ ଏହି ଖେଳାଳି
ବ୍ରିସବେନରେ ଖେଳାଯାଉଥିବା ଗବା ଟେଷ୍ଟରେ ଭାରତୀୟ ଦଳର ସମସ୍ୟା ବଢିବାରେ ଲାଗିଛି। ଟସ୍ ଜିତିବା ପରେ ପ୍ରଥମେ ବୋଲିଂର ନିଷ୍ପତି କ୍ୟାପଟେନ ରୋହିତ ଶର୍ମାଙ୍କ ଭୁଲ ପ୍ରମାଣିତ ହୋଇଛି । ଷ୍ଟିଭ୍ ସ୍ମିଥ୍ ଏବଂ ଟ୍ରାଭିସ୍ ହେଡଙ୍କ ଧୁଆଁଧାର ବ୍ୟାଟିଂ ଆଧାରରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ୍ ସଂଗ୍ରହ କରିବାରେ ସଫଳ ହେଇଛି । ଭାରତୀୟ ବୋଲର ଜସପ୍ରୀତ ବୁମ୍ରାଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର ଏହି ମ୍ୟାଚରେ ପ୍ରଭାବ ପକାଇ ପାରିନାହଁନ୍ତି । ବୁମ୍ରା ୬ଟି ୱିକେଟ୍ ନେଇ କିଛି ମାତ୍ରାରେ ବିପକ୍ଷ କଙ୍ଗାରୁ ଦଳକୁ ରୋକିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ସଂପୂର୍ଣ୍ଣ ଭାବେ ମଜବୁତ ସ୍ଥିତିରେ ରହିଛି । ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବାସିତ ଅଲି ଟିମ୍ ଇଣ୍ଡିଆର ରଣନୀତି ଏବଂ ପ୍ରଦର୍ଶନ ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି ଯେ ଭାରତୀୟ ଦଳର ଅସ୍ଥିର ପ୍ରଦର୍ଶନ ପାଇଁ ମୁଖ୍ୟ କାରଣ ହେଉଛିନ୍ତି ଅଧିନାୟକ ରୋହିତ ଶର୍ମା ଏବଂ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ସମନ୍ୱୟର ଅଭାବ। ବାସିତ ଅଲି କହିଛନ୍ତି, “ଶ୍ରୀଲଙ୍କାରେ ଦିନିକିଆ ସିରିଜ ହେଉ କିମ୍ବା ନ୍ୟୁଜିଲାଣ୍ଡ ସିରିଜ ହେଉ, ରୋହିତ ଏବଂ ଗମ୍ଭୀର ଭିତରେ ସମନ୍ବୟର ଅଭାବ ଦେଖାଦେଉଛି । ରାହୁଲ ଦ୍ରାବିଡ ଏବଂ ରୋହିତଙ୍କ ମଧ୍ୟରେ ଏହା ହେଉନଥିଲା, ସେମାନେ ସବୁବେଳେ ସମାନ ଏକ ହୋଇ କାମ କରୁଥିଲେ।”
ଦଳ ଚୟନ ଏବଂ ରଣନୀତି ଉପରେ ବସିତ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ବ୍ୟାଟିଂ କ୍ରମରେ ଅଷ୍ଟ୍ରେଲିଆରେ ତିନି ଜଣ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଛନ୍ତି, ତଥାପି ୱାଶିଂଟନ୍ ସୁନ୍ଦର ଏବଂ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଭଳି ଅଫ୍ ସ୍ପିନରଙ୍କୁ କାହିଁକି ଚୟନ କରାଯାଇ ନାହିଁ? ଏହା ବଦଳରେ ରବିନ୍ଦ୍ର ଜାଡେଜାଙ୍କୁ ସୂଯୋଗ ଦିଆଗଲା , ଯିଏ ଅଷ୍ଟ୍ରେଲୀଆ ବ୍ୟାଟରଙ୍କୁ ଅଟକାଇବରେ ବିଫଳ ହୋଇଛନ୍ତି । ସେହିପରି ଭାରତୀୟ ଦଳ କେବଳ ଜସପ୍ରୀତ ବୁମ୍ରାଙ୍କ ଉପରେ ନିର୍ଭରଶୀଳ। ଅନ୍ୟ ବୋଲରମାନେ ସେପରି ପ୍ରଦର୍ଶନ କରିବାକୁ ସକ୍ଷମ ନୁହଁନ୍ତି। ଏହା ବ୍ୟତୀତ ଦଳରେ ବାମହାତୀ ଦ୍ରୁତ ବୋଲରଙ୍କ ଅନୁପସ୍ଥିତି ମଧ୍ୟ ଏକ ବଡ ଦୁର୍ବଳତା ବୋଲି କହିଛନ୍ତି ବସିତ ।
ସେହିପରି ଏହି ମ୍ୟାଚର ତୃତୀୟ ଦିନରେ ଭାରତୀୟ ବ୍ୟାଟିଂ ମଧ୍ୟ ବିଫଳ ହୋଇଛି। ଶୁଭମାନ ଗିଲ, ବିରାଟ କୋହଲି ଏବଂ ଯଶସ୍ୱୀ ଜୟସୱାଲଙ୍କ ୱିକେଟ୍ ଶୀଘ୍ର ଖସି ଯାଇଥିଲା। କେ.ଏଲ୍ ରାହୁଲ (30 *) ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ପଡ଼ିଆରେ ତିଷ୍ଟି ପାରିନାହାନ୍ତି। ତୃତୀୟ ଦିନରେ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୪୮/୪।