ପାନ୍ – ଆଧାର ଲିଙ୍କ୍ କରିବାର ଆଜି ହେଉଛି ଶେଷ ଦିନ

ନୂଆଦିଲ୍ଲୀ : ଆପଣ ପାନ୍ କାର୍ଡ ସହିତ ଆଧାର ସଂଯୋଗ କରିନାହାଁନ୍ତି କି ? ତେବେ ଆଜି ହିଁ ପାଖ ଜନ ସେବା କେନ୍ଦ୍ରକୁ ଜାଇ ନିଜର ପାନ୍ – ଆଧାର ଲିଙ୍କ୍ କରାନ୍ତୁ ।କାରଣ ଆଜି ହେଉଛି ଏହା କରିବାର ଶେଷ ଦିନ ।  କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ପାନ୍‌ ସହିତ ଆଧାର ନମ୍ବର ସଂଯୋଗର ଶେଷ ତାରିଖ ଜୁନ ୩୦ ରଖାଯାଇଛି। ତେଣୁ ଉକ୍ତ ସଂଯୋଗ ପ୍ରକ୍ରିୟାକୁ ଆଜି ସୁଦ୍ଧା ଶେଷ କରିବାକୁ ହେବ। ଏହା ନକରିଲେ ୨୦୨୩ ଜୁଲାଇ ପହିଲାରୁ ପାନ୍‌ ନମ୍ବର ଅଚଳ ହୋଇଯିବ।ସିକ୍ୟୁରିଟିଜ୍ ମାର୍କେଟରେ ସମସ୍ତ ପ୍ରକାର କାରବାର ପାଇଁ ପାନ୍‌ ଏକମାତ୍ର ପରିଚୟପତ୍ର ନମ୍ବର ହୋଇଥିବାରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏହାର ନିବେଶକମାନଙ୍କୁ ପାନ୍‌କୁ ଆଧାର ନମ୍ବର ସହିତ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *