Bjd Tactical Mistakes ; ବିଜେଡିର ଏହି ଭୁଲ ପାଇଁ ପରିକ୍ରମା ପ୍ରକଳ୍ପରୁ ମିଳି ନ ପାରେ ରାଜନୈତିକ ଫାଇଦା

ମହା ଆଡମ୍ବରରେ ଶେଷ ହୋଇଛି ବହୁ ପ୍ରତିକ୍ଷିତ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ । ୮୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଶେଷ ହେବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଥିଲା । ତେବେ ଏହି ପ୍ରକଳ୍ପ ନାମରେ ବିଜେଡି କରୁଥିବା ରାଜନୀତି ଆଶା ରୂପକ ଫଳ ଦେଇ ନପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ପରିକ୍ରମା ପ୍ରକଳ୍ପ ପାଇଁ ବିଜ୍ଞାପନରେ ପ୍ରାୟ ଦୁଇ ଶହ କୋଟି ଖର୍ଚ୍ଚ ହେବା ସତ୍ତ୍ୱେ କାହିଁକି ବିଜେଡିକୁ ମିଳିନପାରେ ରାଜନୈତିକ ଫାଇଦା ଆସନ୍ତୁ ଜାଣିବା ।
ପରିକ୍ରମା ପ୍ରକଳ୍ପର କିଛି ଦିନ ପୂର୍ବରୁ ଲୋକଙ୍କ ମନରେ ଆବେଗ ସୃଷ୍ଟି କରିବା ପାଇଁ ଜଗନ୍ନାଥଙ୍କୁ ଗାଡିରେ ରଖି ଘରେ ଘରେ ବା ଗାଁ ଗାଁରେ ଅର୍ପଣ ରଥ ଭ୍ରମଣ କରୁଥିଲା କିନ୍ତୁ ମହାପ୍ରଭୁଙ୍କୁ ଗାଡ଼ି ଡାଲାରେ ରଖି ଭ୍ରମଣ ଯାତ୍ରାରେ ନିଆଯାଉଥିଲା । ଏହି ଗାଡ଼ିରେ ଜଗନ୍ନାଥଙ୍କୁ ଧରି ଗୁଆ ଏବଂ ଚାଉଳ ସଂଗ୍ରହ କରାଗଲା । ସେହିପରି ଦ୍ୱିତୀୟରେ ବିଜେଡି ସରକାର ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାରେ ମଧ୍ୟ ବିଫଳ ରହିଲା । କାରଣ ୧୭ ତାରିଖ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନୀ ଅବସରରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ମାତ୍ର ଯାହା ବନ୍ଦ ନଥିଲା ତାହା ଥିଲା ମଦ ଦୋକାନ ।
ସେହିପରି ବିଫଳତାର ଆଉ ଏକ କାରଣ ହେଉଛି, ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କରିବାକୁ ଯାଇ ଜଗନ୍ନାଥଙ୍କ ଦର୍ଶନ ନକରିବା । ଅପରପକ୍ଷରେ ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମକୁ ସାକ୍ଷାତକାରରେ ଗଜପତି ଦିବ୍ୟସିଂହଦେବ ମହାରାଜ କହିଛନ୍ତି ଯେ, ଚାଉଳ ଏବଂ ଗୁଆ ବିଷୟରେ ଶ୍ରୀମନ୍ଦିର ପରିଚାଳନା କମିଟି ଜାଣିନାହିଁ । ହଜାର ହଜାର ବାକ୍ୟରେ ରାଜ୍ୟ ସରକାରଙ୍କୁ ଗଜପତି ପ୍ରଶଂସା କରିଥିଲେ ବି ଏହି ଗୁଆ, ଚାଉଳ କଥା ପୁରା କଥାକୁ ପାଣିଚିଆ କରିଦେଇଛି । ଯଦି ମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ୱାରା ଭିତର ଦର୍ଶନ ଉପରେ ପ୍ରଭାବ ପଡେ, ତେବେ ଏହା ଆଉ ଏକ ଅସନ୍ତୋଷ ସୃଷ୍ଟି କରିବା ନେଇ ଆଶଙ୍କା କରାଯାଉଛି ।