ଅଲମ୍ପିକ୍ସ ୨୦୨୪; ଆଜି ଭାରତକୁ ମିଳି ପାରେ ଆଉ ୨ ପଦକ…

ମନୁ ଭାକରଙ୍କ ପରେ ଦୁଇ ଭାରତୀୟ ସୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବାବୁତା ଫାଇନାଲରେ ପ୍ରଵେଶ କରିଛନ୍ତି। ସେଥିପାଇଁ ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଭାରତ ପାଇଁ ୨ଟି ପଦକ ମିଳିବାର ସୁଯୋଗ ରହିଛି। ଉଭୟ ସୁଟରଙ୍କର ଆଜି ଫାଇନାଲ ଇଭେଣ୍ଟ ରହିଛି। ରମିତା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ୫ମ ସ୍ଥାନ ଅଧିକାର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଆଜି ସେ ପଦକ ଜିତିଲେ ମନୁ ଭାକରଙ୍କ ପରେ ସେ ୨ୟ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସ ପଦକ ପାଇବାର ଗୌରବ ଅର୍ଜନ କରିବେ। ସେହିପରି ପୁରୁ‌ଷ ଏୟାର ପିସ୍ତଲ ଇଭେଣ୍ଟରେ ଅନ୍ୟତମ ଭାରତୀୟ ଶୁଟର ଅର୍ଜୁନ ବବୁତା ଫାଇନାଲ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ଏହି ୨ ସୁଟରଙ୍କଠାରୁ ଭାରତ ପଦକ ଆଶା ରଖିଛି।ତେବେ ରମିତା ଜିନ୍ଦଲଙ୍କ ମ୍ୟାଚ୍ ଦିନ ୧ଟା ରେ ଥିବା ବେଳେ ଅର୍ଜୁନ ବାବୁଟା ୩.୩୦ ମିନିଟରେ ଆଜି ପଦକ ପାଇଁ ପ୍ରତିଯୋଗିତା କରିବେ।

Leave a Reply

Your email address will not be published. Required fields are marked *