Parliament Winter Session ;ଜୟା ବଚନ କହିଲେ ସାର୍-ସାର୍ ଡାକିଲେ ଉତ୍ତର ଦେଉନାହାଁନ୍ତି , ଏବେ ମାଡାମ ଡାକିବୁ କି ?

ବୁଧବାର (ଡିସେମ୍ବର ୨୦) ଶୀତକାଳୀନ ଅଧିବେଶନର ୧୩ତମ ଦିନରେ ମଧ୍ୟ ଏହି ଦୁଇଟି ପ୍ରସଙ୍ଗ, ସଂସଦର ସୁରକ୍ଷାରେ ତ୍ରୁଟି ଏବଂ ସାଂସଦମାନଙ୍କୁ ନିଲମ୍ବନ କୁ ନେଇ ହଙ୍ଗାମା ହୋଇଥିଲା। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ କହିଛନ୍ତି ଯେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ତାଙ୍କ କଥା ଶୁଣୁନାହାନ୍ତି। ସେମାନେ କହିଛନ୍ତି ଯେ ସେମାନେ ସକାଳୁ ଚିତ୍କାର କରି ନିଜର କଥା କହିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣାଯାଉନାହିଁ। କେଉଁ ମାନଦଣ୍ଡରେ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ତାହାକୁ ନେଇ ମଧ୍ୟ ଜୟା ବଚ୍ଚନ ପ୍ରଶ୍ନ ଉଠାଇଛନ୍ତି। ପରଦିନ ଅନେକ ସାଂସଦ ୱେଲକୁ ଯାଇଥିଲେ ମଧ୍ୟ ସେମାନଙ୍କୁ ନିଲମ୍ବିତ କରାଯାଇ ନାହିଁ, ତେଣୁ କେଉଁ ମାନଦଣ୍ଡରେ ସାଂସଦମାନଙ୍କୁ ନିଲମ୍ବିତ କରାଯାଉଛି ତାହା ଅଧ୍ୟକ୍ଷ କୁହନ୍ତୁ।

ଜୟା ବଚ୍ଚନ ମଜାଳିଆ ଢଙ୍ଗରେ କହିଛନ୍ତି, ‘ଆମେ ଚିତ୍କାର କରୁଛୁ ଯେ ସାର୍ ଆମକୁ କହିବାକୁ ଦିଅନ୍ତୁ। ମୁଁ ତାଙ୍କୁ କହିଲି ଯେ ସାର୍-ସାର୍ କହିଲେ, ଆପଣ ଉତ୍ତର ଦେଉନାହାଁନ୍ତି । ଏବେ ମୁଁ ଆପଣଙ୍କୁ ମ୍ୟାଡାମ୍ ବୋଲି ଡାକିବି । ସେ ଆହୁରି ମଧ୍ୟ କହିଛନ୍ତି, ‘ଆପଣ ଗତକାଲି ଏତେ ସଂଖ୍ୟକ ସାଂସଦଙ୍କୁ ବହିଷ୍କାର କରିଛନ୍ତି। କେହି ପ୍ଲାକାର୍ଡ ଧରି ଥିଲା ବୋଲି ଆଉ କେହି ୱେଲ୍ ଭିତରକୁ ଯାଇଥିଲେ ବୋଲି ।କିନ୍ତୁ ଆଜି ବି ଅନେକ ସାଂସଦ ୱେଲକୁ ଯାଇଥିଲେ, ଆପଣ କାହିଁକି ସେମାନଙ୍କୁ ବହିଷ୍କାର କଲେ ନାହିଁ? ମୁଁ ଅଧ୍ୟକ୍ଷଙ୍କୁ ପଚାରୁଥିଲି ଏ ବହିସ୍କାରର ମାନଦଣ୍ଡ କ’ଣ?

Leave a Reply

Your email address will not be published. Required fields are marked *