ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଛାଡି ପାରନ୍ତି ଅଧିନାୟକ ପଦ …

ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ରହିଛି , ଯେଉଁଠାରେ ସେମାନେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଏବଂ ବିପକ୍ଷ ଟିମକୁ କ୍ଲିନ୍ ସୁଇପ କରିଛନ୍ତି । କଙ୍ଗାରୁ ଦଳ ୨୯ ଫେବୃଆରୀରୁ ଆୟୋଜକ ଦଳ ନ୍ୟୁଜୁଲ୍ୟାଣ୍ଡ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଖେଳିବ । ଏହି ସମୟରେ କଙ୍ଗାରୁ ଦଳର ଟେଷ୍ଟ ଏବଂ ଅଧିନାୟକ ପ୍ୟାଟ କମିନ୍ସ ଅଧିନାୟକତ୍ୱର ଦାୟିତ୍ବ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଶ୍ଚର୍ଯ୍ୟ କରିଦେଲା ଭଳି ବିବୃତ୍ତି ରଖିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ବୋଧହୁଏ ସେ ଏହି ଦାୟିତ୍ବରେ ଦୀର୍ଘ ସମୟ ଧରି ଦେଖା ଦେବେନି ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ପ୍ୟାଟ୍ କମିନ୍ସ କହିଛନ୍ତି ଯେ ଯଦି ମୁଁ ସଠିକ୍ ଭାବରେ କହିବି, ତେବେ ମୁଁ ୩୫ ରୁ ୩୭ ବର୍ଷ ପର୍ଯ୍ୟନ୍ତ ଖେଳିବାକୁ ଚାହେଁ, କିନ୍ତୁ ସେ ପର୍ଯ୍ୟନ୍ତ ମୁଁ ଦଳର ଅଧିନାୟକ ରହିବି କି ନାହିଁ ତାହା ମୁଁ ଜାଣିନାହିଁ। ଯଦି ମୁଁ ଟେଷ୍ଟ କ୍ରିକେଟ୍ ରେ ଅଧିନାୟକ ପଦରେ ରହି ଆଗାମୀ ୭ ରୁ ୮ ବର୍ଷ ଖେଳିବାରେ ସଫଳ ହୁଏ , ତେବେ ଏହା ମୋ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେବ । ଆମେ ଆପଣଙ୍କୁ କହିବୁ ଯେ କମିନ୍ସ ଅଷ୍ଟ୍ରେଲିୟ ଦଳର ଅଧିନାୟକତ୍ୱ ଗ୍ରହଣ କରିବା ଦିନଠାରୁ ସେ ଉଭୟ ଘରେ ଏବଂ ଇଂଲଣ୍ଡରେ ଅନେକ ମ୍ୟାଚ୍ ଖେଳିଛନ୍ତି । ଚଳିତ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଟି -୨୦ ଫର୍ମାଟରେ ମିଚେଲ ମାର୍ଶଙ୍କୁ ଅଧିନାୟକତ୍ୱର ବଡ ଦାୟିତ୍ବ ପ୍ରଦାନ କରାଯାଇଛି । ତେବେ କମିନ୍ସ ଅଧିନାୟକ ପଦରୁ ଇସ୍ତପା ଦେଉଛନ୍ତି କି ନାହିଁ ତାହା ଦେଖିବାର କଥା ରହିଛି ।