ବିସିସିଆଇକୁ ବୁଝେଇବା ପାଇଁ ଆଇସିସିକୁ ଅନୁରୋଧ କଲା ପାକିସ୍ତାନ

ଆଗମୀ ବର୍ଷ ପାକିସ୍ଥାନରେ ଖେଳାଯିବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ଦଳ ପଡ଼ୋଶୀ ଦେଶକୁ ଯାତ୍ରା କରିବକି ନାହିଁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟତା ଆସିନାହିଁ। ଯଦି ପ୍ରାରମ୍ଭିକ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଭାରତ ହାଇବ୍ରିଡ୍ ମଡେଲରେ ଦ୍ୱିତୀୟ ସ୍ଥାନ ଶ୍ରୀଲଙ୍କା କିମ୍ବା ୟୁଏଇରେ ଖେଳିପାରେ । ଏଥି ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବର୍ତ୍ତମାନ ଏହି ଘଟଣାରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଆବେଦନ କରି  ବିସିସିଆଇକୁ ମନାଇବା ପାଇଁ ଅନୁରୋଧ କରିଛି।

ପିଟିଆଇ ରିପୋର୍ଟ ଅନୁଯାୟୀ ଆଗମୀ ବର୍ଷ ମାର୍ଚ୍ଚ ଆରମ୍ଭରୁ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠେଇବା ପାଇଁ ପିସିବି ଆଇସିସିକୁ ଦାୟିତ୍ଵ ଦେଇଛି।

Leave a Reply

Your email address will not be published. Required fields are marked *