ଗତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ମୃତ୍ୟୁ ସଂଖ୍ୟା ୧୯୪ ; ବଜ୍ରପାତରେ ୯୦ ପ୍ରତିଶତ ଲୋକଙ୍କ ଯାଇଛି ଜୀବନ
ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟରେ ଗତ ବର୍ଷ ରାଜ୍ୟରେ ୧୯୪ ଜଣଙ୍କ ମୃତ୍ୟୁ ।ଘଟିଛି ବଜ୍ରପାତ, ବନ୍ୟା ଓ ପବନ ସାଙ୍ଗକୁ ଅଂଶୁଘାତରେ ଓଡିଶା ଲୋକଙ୍କର ଜୀବନ ଯାଇଛି। ମୋଟ ମୃତ୍ୟୁର ୯୦ ପ୍ରତିଶତ କେବଳ ବଜ୍ରପାତ ଜନିତ। ୨୦୨୨ରେ ବଜ୍ରପାତରେ ୧୬୮ ଜଣ ଲୋକ ପ୍ରାଣ ହରାଇଛନ୍ତି ବୋଲି ଆଇଏମ୍ଡି ପକ୍ଷରୁ ପ୍ରକାଶ ପାଇଥିବା “ଓଡ଼ିଶା କ୍ଲାଇମେଟ୍ ସ୍ଟେଟ୍ମେଣ୍ଟ-୨୦୨୨”ର ଏହି ତଥ୍ୟ ଦିଆଯାଇଛି । ବନ୍ୟା ଓ ପ୍ରବଳ ବର୍ଷା ଯୋଗଁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହିଟ୍ୱେଭ୍ରେ ୧୨ ଜଣଙ୍କ ପ୍ରାଣନେଇଛି । ସେହିପରି ଅନ୍ୟାନ୍ୟ ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ବଜ୍ରପାତ ଜନିତ ମୃତ୍ୟୁ ଏକ ବଡ଼ ସମସ୍ୟା ପାଲଟିଛି। ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଓ ଯିରୋ ଜୀବନହାନୀକୁ ମୂଳ ମନ୍ତ୍ର କରିଛନ୍ତି। ଅନ୍ୟ ବିପର୍ଯ୍ୟୟଗୁଡ଼ିକରେ ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାର ସଫଳତା ବହୁ ଆଗରେ । ମାତ୍ର ବଜ୍ରପାତ ଜନିତ ମୃତ୍ୟୁ ରାଜ୍ୟ ପାଇଁ ବଡ଼ ବିପର୍ଯ୍ୟୟ ସାଜିଛି। କେମିତି ଏହି ମୃତ୍ୟୁ ରୋକିବ ସେନେଇ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିଦ ହଜିଛି। ୨୦୨୧ରେ ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଥିଲା। ସେହି ବର୍ଷ ରାଜ୍ୟରେ ୨୧୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିଲା।ତେବେ କେମିତି ଏହି ମୃତ୍ୟୁ ସଂଖ୍ଯାକୁ କମ୍ କରିହେବ , ରାଜ୍ୟ ସରକାରଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ୍ ।