ଆସନ୍ତୁ ଜାଣିବା ପ୍ରଥମ ସେମିଫାଇନାଲର ପିଚ୍ ରିପୋର୍ଟ , ଟସ୍ ଜିତି ପ୍ରଥମେ କ’ଣ କରିବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ …
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମର ପିଚ୍ ର ବ୍ୟବହାର ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।ଏହି ପଡ଼ିଆରେ ବିଶ୍ବକପ୍ ୨୦୨୩ର ପୂର୍ବ ସମସ୍ତ ମ୍ୟାଚ୍ ତୁଳନାରେ ଏହି ପିଚ୍ ଟିକେ ଭିନ୍ନ ଆଚରଣ କରିବ ବୋଲି ଆଶା କରାଯାଉଛି। ଆମେ ଏହା କହୁଛୁ କାରଣ ୱାଙ୍ଖଡେ ପିଚ୍ ରୁ ଅଧିକାଂଶ ଘାସ ହଟାଇ ଦିଆଯାଇଛି। ଏଭଳି ସ୍ଥିତିରେ ଦ୍ବିତୀୟ ଇନିଂସରେ ଦ୍ରୁତ ବୋଲରମାନେ ପିଚ୍ ରୁ ଯେଉଁ ଅତିରିକ୍ତ ସହାୟତା ପାଉଥିଲେ ତାହା ଆଉ ଦେଖିବାକୁ ମିଳିବ ନାହିଁ। ତେବେ ଏହି ଖାସ ହଟାଇବା କାରଣରୁ ଏଠାରେ ସ୍ପିନରମାନେ ଦ୍ରୁତ ବୋଲରଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇପାରିବେ। ତେବେ ଏହି ପିଚରେ ବଲକୁ ଭଲ ଟର୍ଣ୍ଣ ମିଳିବାର ସମ୍ଭାବନା ନାହିଁ। ମୋଟାମୋଟି ଭାବେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟରଙ୍କୁ ବ୍ୟାଟିଂ କରିବାକୁ ସହଜ ହେବ । ତେବେ ଏପରି ପରସ୍ଥିତିରେ ଭାରତୀୟ ଦଳ ପାଇଁ ଏହି ଧିମା ପିଚ୍ ଅଧିକ ଫାଇଦା ହେବ । ଯେହେତୁ ଭାରତରେ ସମସ୍ତ ପିଚ୍ ସାଧାରଣତଃ ଧିମା ରହିଥାଏ ସେଥିପାଇଁ ଏଭଳି ପିଚରେ ଭାରତୀୟ ବ୍ୟାଟର ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ବିଶ୍ୱକପ୍ ୨୦୨୩ରେ ଏପର୍ଯ୍ୟନ୍ତ ୱାଙ୍ଖଡେରେ ୪ଟି ମ୍ୟାଚ୍ ଖେଳାଯାଇଛି। ଏହି ୪ଟି ମ୍ୟାଚ୍ ଡେ ଆଣ୍ଡ ମ୍ୟାଚ୍ ଖେଳାଯାଇଛି। ଏହି ସବୁ ମ୍ୟାଚ୍ ରେ ପିଚ୍ ର ଆଚରଣ ସମାନ ରହିଛି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବଡ଼ ସ୍କୋର କରିଛନ୍ତି ଏବଂ ଜବାବରେ ରନ୍ ପିଛା କରୁଥିବା ଦଳକୁ ଅଡୁଆରେ ପକାଇଛି ଏହି ପିଚ୍ । ଏଠାରେ ଅପରାହ୍ନରେ ବ୍ୟାଟିଂ କରିବା ସହଜ ହୋଇଥିଲେ ହେଁ ଦ୍ବିତୀୟ ଇନିଂସରେ ନୂଆ ବଲ୍ ଅଧିକରୁ ଅଧିକ ସମୟ ସ୍ୱିଙ୍ଗ୍ ହେଉଥିବା ଦେଖିବାକୁ ମିଳିଛି।ଅର୍ଥାତ ଆଜିର ଏହି ମ୍ୟାଚରେ ଦୁଇ-ଦଳ ପ୍ରଥମେ ବ୍ୟାଟିଂ କରିବାପାଇଁ ପସନ୍ଦ କରିବେ ।