ମୋ ଆଭିମୁଖ୍ୟ ସ୍ପଷ୍ଟ କର, ରାଜସ୍ଥାନ ଛାଡ଼ିବାକୁ ମନା କଲେ ବସୁନ୍ଧରା ରାଜେ

ଜୟପୁର : ଆଗାମୀ ରାଜସ୍ଥାନ ନିର୍ବାଚନରେ ଦଳର ଚେହେରା କିଏ ହେବ। ନିର୍ବାଚନ ପରିଚାଳନାରେ ମୋ ଭୂମିକା କଣ ରହିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ହିସାବରେ ଆପଣ ଏବଂ ହାଇକମାଣ୍ଡ ଶୀଘ୍ର ସ୍ପଷ୍ଟ କରନ୍ତୁ। ମୁଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥାଇପାରେ। ହେଲେ ରାଜସ୍ଥାନ ସହ  ମୂଳରୁ ଜଡିତ। ରାଜସ୍ଥାନ  ବିଧାନସଭା ରାଜ୍ୟର ନିର୍ବାଚନ, ଏଠି ରାଜ୍ୟ ପ୍ରସଙ୍ଗରେ ହିଁ ଲଢେଇ ହେବ। ତେଣୁ ରାଷ୍ଟ୍ରୀୟ ନେତୃତ୍ୱ ସବୁ ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଛନ୍ତି। ମାତ୍ର ଦୁଇଦିନ ତଳେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଆଲୋଚନା କରି ଶ୍ରୀମତା ରାଜେ ଏହା କହିଛନ୍ତି।

        ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ବିରୋଧରେ କେତେକ ବରିଷ୍ଠ ନେତା ଏକ ଗୋଷ୍ଠୀ ତିଆରି କରିଛନ୍ତି। ଏମାନଙ୍କ ମଧ୍ୟରେ ଗଜେନ୍ଦ୍ର ସିଂଶେଖାଓ୍ୱତ, ରାଜ୍ୟ ବର୍ଦ୍ଧନ ସିଂ ରାଠୋର, ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ରହିଛନ୍ତି। ଏମାନଙ୍କୁ ବାଦ୍ ଦେଲେ ଏମ୍ ବିର୍ଲା, ସିପି ଯୋଶୀ ପ୍ରମୁଖ ମଧ୍ୟ ଅଛନ୍ତି। ତେଣୁ ରାଜସ୍ଥାନରେ କେଉଁ ଗୋଟିଏ ଗୋଷ୍ଠୀକୁ ଚେହେରା ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଳ ନିର୍ବାଚନ ପରିଚାଳନା କରିବାକୁ ଚାହୁଁଥିବା ସମୀକ୍ଷକମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *