ପ୍ରକାଶ ପାଇଲା ଯୁକ୍ତ ଦୁଇ କଟଅଫ୍ ତାଲିକା, ରେଭେନ୍ସା ଶୀର୍ଷରେ
ଗୁରୁବାର ଚଳିତ ଶିକ୍ଷାବର୍ଷ(୨୦୨୩-୨୪) ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶ ପାଇଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେଧା ତାଲିକା ସାର୍ବଜନୀନ କରାଯାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍ରେ ୪,୧୨,୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ଜଣାପଡିଛି। ରାଜ୍ୟର ସମସ୍ତ କଲେଜକୁ ପଛରେ ପକାଇ ଯୁକ୍ତ ପ୍ରଥମ ପର୍ଯ୍ୟାୟ କଟଅଫ୍ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଥିବା ଜଣାପଡିଛି। ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ଚଳିତ ମାସ ୭ ରୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା କରାଯିବ। ସେହିପରି ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ ବୋଲି ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ କଳାରେ ସର୍ବାଧିକ ୮୦ % କଟ୍ଅଫ ମାର୍କ ରହିଛି। ଦ୍ୱିତୀୟରେ ଥିବା ରାଉରକେଲା ସରକାରୀ କଲେଜରେ କଟଅଫ୍ ମାର୍କ ୭୯% ରହିଛି। ତୃତୀୟରେ ଡିଏଭି ଟିଟିଲାଗଡ଼ରେ କଟଅଫ୍ ମାର୍କ ୭୮.୬୭ % ରହିଛି। ଚତୁର୍ଥ ସ୍ଥାନରେ ଥିବା ବାଲେଶ୍ୱର ଏଫ୍ଏମ୍ କଲେଜର କଟଅଫ୍ ମାର୍କ ୭୮ % ଥିବାବେଳେ ପଞ୍ଚମରେ ଥିବା ଭବାନୀପାଟଣାର କଲେଜର କଟଅଫ୍ ମାର୍କ ୭୭.୫୦ % ରହିଛି।
ଅନୁରୂପ ଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ବିଜ୍ଞାନର କଟଅଫ୍ ମାର୍କ ସର୍ବାଧିକ ୯୧.୬୭ % ରହିଛି। ଦ୍ୱିତୀୟରେ ବାଲେଶ୍ୱର ଏଫ୍ଏମ୍ କଲେଜର କଟଅଫ୍ ମାର୍କ ୯୦ % ରହିଛି। ତୃତୀୟ ସ୍ଥାନରେ ଥିବା ବିଜେବି କଲେଜରେ କଟଅଫ୍ ମାର୍କ ୮୯ % ରହିଛି। ଚତୁର୍ଥ ସ୍ଥାନରେ ଥିବା ନୀଳକଣ୍ଠ ନଗର ଏସ୍ଏସ୍ଭିଏମ୍ କଲେଜର କଟଅଫ୍ ମାର୍କ ୮୯ ରହିଥିବା ବେଳେ ପଞ୍ଚମ ସ୍ଥାନରେ ଥିବା ସୋର ୟୁଏନ୍ କଲେଜ କଟଅଫ୍ ମାର୍କ ୮୬.୮୩ % ରହିଛି। ସମାନ ଭାବେ ବାଣିଜ୍ୟର ମଧ୍ୟ ରେଭେନ୍ସା ବିଶ୍ୱ ବିଦ୍ୟାଳୟର କଟ୍ଅଫ ମାର୍କ ୭୯.୨୦% ରହିଛି। ଦ୍ୱିତୀୟ ସ୍ଥାନରେ ରାଉରକେଲା ସରକାରୀ କଲେଜର କଟଅଫ୍ ମାର୍କ ୭୭.୩୩ % ଥିବାବେଳେ ବିଜେବିରେ କଟଅଫ୍ ମାର୍କ ୭୩ % ରହିଛି।