୫ ବର୍ଷ ପରେ ଋଷ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି, ୨୨ ତମ ଭାରତ-ଋଷ ଶିଖର ସମ୍ମିଳନୀ ରେ ଦେବେ ଯୋଗ…
ମସ୍କୋ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦୁଇ ଦିନିଆ ଋଷ ଗସ୍ତରେ ଯାଇ ମସ୍କୋରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ କାଳରେ ଭାରତ ଓ ଋଷ ଦୁଇଦେଶ ମଧ୍ୟରେ ଥିବା ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରାଯିବ। ପ୍ରାୟ ପାଞ୍ଚବର୍ଷ ପରେ ମୋଦୀଙ୍କର ଏହା ପ୍ରଥମ ଋଷ ଗସ୍ତ ହୋଇଥିବାବେଳେ ଦୁଇପକ୍ଷ ମଧ୍ୟରେ ଆଲୋଚନା କାଳରେ ୟୁକ୍ରେନ ପ୍ରସଙ୍ଗ ଉଠିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ଋଷର ନୁକୋଭୋ-୨ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଋଷର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ ମାନତୁରୋଭ ସ୍ବାଗତ କରିଥିଲେ। ପରେ ତାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିଲା। ଭାରତୀୟ ହିନ୍ଦୀ ଗୀତ ନୃତ୍ୟ ତାଳେ ତାଳେ ରୁଷ କଳାକାରମାନେ ମୋଦୀଙ୍କୁ ସ୍ବାଗତ କରିଥିଲେ। ରାତିରେ ମୋଦୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ନୈଶ ଭୋଜିରେ ଯୋଗେଦେବେ। ଆଜି (ମଙ୍ଗଳବାର) ମୋଦୀ ୨୨ତମ ଭାରତ-ଋଷ ବାର୍ଷିକ ଶୀର୍ଷସ୍ତରୀୟ ବୈଠକରେ ଯୋଗଦେବେ। ।