ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

ଆଜି ୬୬ବର୍ଷରେ ପାଦ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।୧୯୫୮ ମସିହା ଆଜିର ଦିନରେ ସେ ମୟୂରଭଞ୍ଜ ଜିଲାର ଉପରବେଡାଠାରେ ଜନ୍ମଗ୍ରହଣ କରିଥିଲେ। ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁରରୁ ରାଇସିନା ହିଲରେ ପହଞ୍ଚି ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ଅନନ୍ୟ ଉଦାହରଣ। ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ବିବେଚିତ ହୋଇଛନ୍ତି । ଓଡ଼ିଶା ରାଜନୀତିରୁ ଝାଡଖଣ୍ଡର ରାଜ୍ୟପାଳ ଏବଂ ପରେ ଦେଶର ପ୍ରଥମ ନାଗରିକ। ୨୦୨୨ ମସିହା ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ସେ ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା ଭାବେ ଦେଶର ସର୍ବୋଚ୍ଚ ଆସନରେ ବସିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି।