ନାଳନ୍ଦା ବିଶ୍ଵବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି…

ଆଜି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ବିହାରକୁ ପ୍ରଥମ ଗସ୍ତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିହାରର ରାଜଗିରଠାରେ ନିର୍ମିତ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁରୁଣା ବିଶ୍ୱବିଦ୍ୟାଳୟକୁ ବି ବୁଲି ଦେଖିଥିଲେ। ୧୭୪୯ କୋଟି ଟଙ୍କା ବିନିମୟରେ ଏହି ନୂତନ କ୍ୟାମ୍ପସ ନିର୍ମାଣ କରାଯାଇଛି। ଏଥିରେ ୨ଟି ଏକାଡେମିକ ବ୍ଲକ ରହିଛି, ଯେଉଁଥିରେ ମୋଟ ୪୦ ଶ୍ରେଣୀଗୃହ କରାଯାଇଛି। ୧୯୦୦ ଛାତ୍ରଛାତ୍ରୀ ଶ୍ରେଣୀଗୃହଗୁଡ଼ିକରେ ବସି ଅଧ୍ୟୟନ କରିପାରିବେ। ଏହା ସହିତ ନୂତନ କ୍ୟାମ୍ପସରେ ୩୦୦ ଆସନ ବିଶିଷ୍ଟ ୨ଟି ଅଡିଟୋରିୟମ, ୫୫୦ ଛାତ୍ରଛାତ୍ରୀ ରହିଲା ଭଳି ହଷ୍ଟେଲ, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ରହିଛି। ନୂଆ କ୍ୟାମ୍ପସର ବିଭିନ୍ନ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *