‘ ସୁଭଦ୍ରା ‘ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି, ମହିଳାଙ୍କ ଖାତାକୁ ଗଲା ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ଵର; ଜନତା ମୈଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ମିଳିଛି ସୁଭଦ୍ରାର ପ୍ରଥମ କିସ୍ତିରେ ୫୦୦୦ ଟଙ୍କା । ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି ମୋଦି ସରକାର । ସେହପରି ଗାଡକଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭ ଉଦଘାଟନ ମଧ୍ୟ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତରେ ୨୬ ଲକ୍ଷ ହିତାଧିକାରୀଙ୍କୁ ମିଳିଛି ଘରର ଚାବି । ଏହା ବ୍ୟତୀତ ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଉତ୍ସବରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେ.ଭି ସିଂଦେଓ ଉପସ୍ଥିତ ଅଛନ୍ତି। ଏହାଛଡ଼ା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଏଲ୍ ଓରାମ ମଧ୍ୟ ମଞ୍ଚାସୀନ ଅଛନ୍ତି।