ରାଜ୍ୟ ବିଜେପିରେ ଭୟଙ୍କର କ୍ଷମତା ଯୁଦ୍ଧ, ପାଗ ଦେଖି ପାନେ ନେବେ ମନମୋହନ

ଭୁବନେଶ୍ୱର 🙁 ସତ୍ୟଜିତ ମିଶ୍ର) ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ବିଜେପି ବିଧାୟକଙ୍କ ସହ ଏକ ହୋଟେଲରେ ରାତ୍ରି ଭୋଜନ କଲ l

ମନେ ରଖିଥିବେ, ଯଦି ଆପଣ ସ୍ଟ୍ରାଟେଜି ଜାଣିବେ, ଏ ରାତ୍ରି ଭୋଜନ ରାଜ୍ୟ ବିଜେପି ରାଜନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ବହୁ ବ୍ୟକ୍ତି ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରମନ୍ତ୍ରୀଙ୍କୁ ନମସ୍କାର କରୁଥିବା ଫୋଟୋ ଦେଖାଇଲେ ଓ ତାଙ୍କ ମୁହଁକୁ ପଢିଲେ ଯାହାକୁ ଇଂରାଜୀରେ କୁହାଯାଏ ଫେସ ରିଡିଂ ଓ ସେ ଅଖୁସି ଥିବା କହିଲେ।

ହଁ, ତ ସେ ଅଖୁସି। ନୂଆ କଥା କଣ ଅଛି???

ନୂଆ କଥା ହେଉଛି ସେ ରାତ୍ର ଭୋଜନ। ଇସ୍ରାଏଲ ପରି ମୁକୁଭାଇ ଷ୍ଟ୍ରାଇକଅପେକ୍ଷାରେ ଅଛନ୍ତି। ଇସ୍ରାଏଲ ଯେତେବେଳେ ଜାଣିଲା, ଯେ ଇରାନ ୟୁରାନିୟମକୁ ୯୦ଭାଗ ବିଶୁଦ୍ଧ କଲାଣି, ଆଉ ୧୦ ଭାଗ ହେଲେ ବିପଦ, ସେତେବେଳେ ଷ୍ଟ୍ରାଇକ କଲା।

ମୁକୁ ଭାଇ ଜାଣିଲେଣି ଯେ ମନମୋହନ ସାମଲ ମୁଖ୍ୟମନ୍ତ୍ରୀ ହେବା ପାଇଁ ପାଖାପାଖି ଅବସ୍ଥାକୁ ଆସି ଗଲେଣି। କଥା ଆଉ ମୋହନ ମାଝୀଙ୍କଠି ନାହିଁ। ମନମୋହନ ବାବୁ ସଭାପତି ନଥାଇ ରୋଡ଼ ଶୋରେ କାର ଉପରେ ଛିଡା ହେଲେ। ପ୍ରଧାନମନ୍ତ୍ରୀଙ୍କଠୁ ପରମିଶନ ଆଣିଲେ ବୋଲି ସିନା ଛିଡା ହେଲେ!!! ଏକ ବଡ଼ କୋଟେରୀ ଗ୍ରୁପ ସାହାଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ବଦଳାଇବା କଥା ଖୁବ ଶୀଘ୍ର ଆସିବ। ମନମୋହନ ସାମଲ ଜେବି ଙ୍କ ଭଳି ବ୍ୟାକ ଡୋର ଏଣ୍ଟ୍ରି ମାରିବେ ଓ ଭଦ୍ରକରେ ଉପନିର୍ବାଚନ ହେବ। ସୀତାଂଶୁ ମହାପାତ୍ର ସିଟ ଛାଡିବେ। ଯାହା ଚାହିଁବେ, ସେୟା ପାଇବେ।
ଏୟା ମୋଟାମୋଟି ମନମୋହନ ସାମଲଙ୍କ ପ୍ଲାନ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣନ୍ତି। ଭଲରେ ଜାଣନ୍ତି।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ: ପ୍ରଧାନମନ୍ତ୍ରୀ ତ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କଲେ, ପୁଣି ଚେଞ୍ଜ କଣ???
କେନ୍ଦ୍ରମନ୍ତ୍ରୀ ସେହି ପ୍ରଶଂସାରୁ ହିଁ ଖିଅ ଧରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରପତି ଓ ଓଡିଶା ମୁଖ୍ୟମନ୍ତ୍ରୀ ଆଦିବାସୀ ଚୟନ ଯୋଗୁଁ ବିଜେପିକୁ ଲାଭ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଇଶାରା ଥିଲା କଂଗ୍ରେସର ଆଦିବାସୀ ଓ ଦଳିତ ଭୋଟ୍ ବ୍ୟାଙ୍କ।

ଚତୁର ମୁକୁ ଭାଇ, ଗେମଟି ବୁଝି ଯାଇଛନ୍ତି। ତାଙ୍କ ଦିମାଗରେ ପଶିଛି ଯେ ଏଠି ପ୍ରଧାନମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଶଂସା କରି ନାହାନ୍ତି ବରଂ ଜଣେ ଆଦିବାସୀଙ୍କୁ ପ୍ରଶଂସା କରିଛନ୍ତି। ଆଉ ବି ସେ ଜାଣିଛନ୍ତି ଯେ ଏଥର ପ୍ରଧାନମନ୍ତ୍ରୀ ଖୁସି ନାହାନ୍ତି। ରୋଡ଼ ଶୋରେ ଉତ୍ସାହ ନଥିଲା। ସଂଗଠନ କମ ଲୋକ ଆଣି ବରଂ ପ୍ରଶାସନର ଗାଡି, ପ୍ରାଇଭେଟ ଇଞ୍ଜିନିୟରିଙ୍ଗ କଲେଜ ଓ ସ୍କୁଲର ଗାଡ଼ିରେ ଲୋକ ଆସିଥିଲେ। ସଙ୍ଗଠନ ପଇସା ରହିଥିଲା କି କିଏ ମାରି ନେଲା, ତା ଅଲଗା କଥା। ତେବେ ମିଟିଙ୍ଗରେ ଜୋଶ ନଥିବା ପ୍ରଧାନମନ୍ତ୍ରୀ ଅନୁଭବ କରିଛନ୍ତି। ଓଡ଼ିଶାରେ ସଙ୍ଗଠନ ଓ ପ୍ରଶାସନ ରେ ଯେ କିଛି ଠିକ ଚାଲି ନାହିଁ, ତା ହୃଦବୋଧ ହୋଇଛି।

ଏଭକି ସ୍ଥଳେ ଆଉ ଯଦି କିଛି ବଡ଼ ଅଘଟଣ ହୋଇଯାଏ, ବା ହଇଜା ମହାମାରୀ ରୂପ ନିଏ, ତେବେ କେନ୍ଦ୍ର ତୁରନ୍ତ କିଛି କଡା ପଦକ୍ଷେପ ନେଇ ଯାଇ ପାରନ୍ତି ବୋଲି ମୁକୁ ଭାଇ ଜାଣନ୍ତି। ମନମୋହନ ସାମଲ ବି ତା ଜାଣନ୍ତି ଓ ଶ୍ରୀଯୁକ୍ତ ସାମଲ ୯୦ଭାଗ ପ୍ରସ୍ତୁତ ହୋଇ ସାରିଲେଣି ବୋଲି ମଧ୍ୟ ମୁକୁ ଭାଇ ଜାଣନ୍ତି।

ବର୍ତ୍ତମାନ ଷ୍ଟ୍ରାଇକର ସମୟ।

କୋଟେରୀ ମନମୋହନ ବାବୁଙ୍କୁ ସାହାଯ୍ୟ କଲେ ମଧ୍ୟ ମୁକୁ ଭାଇ କେନ୍ଦ୍ରୀୟ ନେତାଙ୍କୁ ଆରାମ ସେ ବୁଝେଇ ଦେଇ ପାରିବେ, ଯଦି ଆଦିବାସୀ ମୁଖ୍ୟମନ୍ତ୍ରୀ ବଦଳେଇବା ତେବେ ଜଣେ ଏସଟି କିମ୍ବା ଏସସି ନେତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବା। ନହେଲେ କେବଳ ଓଡିଶା ନୁହେ ଜାତୀୟ ସ୍ତରରେ ବି ଭାରି ପଡିବ। ଏ ଷ୍ଟ୍ରାଇକରେ ସେ ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଜଣଙ୍କୁ ହଟେଇ ଦେବେ।

ସେଥିପାଇଁ ସେ ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରଘୁରାମ ମାଛଙ୍କ ସହ ରାତ୍ରୀ ଭୋଜନ କରୁଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲା ମଧ୍ୟ ଏକ ଭଲ ସ୍ଲୋଗାନ ହୋଇ ପାରିବ।

ବର୍ତ୍ତମାନ ଯେଭଳି ପରିସ୍ଥିତି ନିଜେ ତ ହୋଇ ପାରିବେ ନାହିଁ, ମନମୋହନ ସାମଲଙ୍କୁ ବି କରାଇ ଦେବେ ନାହିଁ।

ପୁଣି ଥରେ ମୁଖ୍ୟମନ୍ତ୍ରୀ ବାଛି ନିଜ ଭାଗ୍ୟ ପରୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ସେ ତାଙ୍କ ପ୍ରାର୍ଥୀ ରଘୁରାମ ମାଛଙ୍କ ସହ ରାତ୍ରଭୋଜନ କରୁଛନ୍ତି। ଏ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ରେ ତାଙ୍କୁ ଭର୍ତ୍ତି କରିବେ ଓ ଇସ୍ରାଏଲ ପରି ଷ୍ଟ୍ରାଇକ ପାଇଁ ସୁଯୋଗ ଅପେକ୍ଷାରେ ରହିବେ।

ଏଇଟା ମୋ ବ୍ୟକ୍ତିଗତ ମତ l ଏଥି ପାଇଁ ଓଡ଼ିଶା ପତ୍ରିକା କିମ୍ବା ଏହାର ସମ୍ପାଦକ ଦାୟୀ ନୁହନ୍ତି l ନମସ୍କାର l

Leave a Reply

Your email address will not be published. Required fields are marked *