ଦରବୃଦ୍ଧି ନିୟନ୍ତ୍ରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି; ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ବୁଧବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ  ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରଦାମ୍ ବୃଦ୍ଧିକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ଶଙ୍ଖ ଭବନରେ  ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା କହିଛନ୍ତି ପରିବର୍ତନ ଓ ସୁଶାସନର ନାର ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ବିଜେପି ସରକାର। ଏହି ବୃଦ୍ଧି ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଦରଦାମ୍ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦରଦାମ୍ ନିୟନ୍ତ୍ରଣ ନହେଲେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କୁହାଯାଇଛି। ସରକାର ଦରଦାମ୍ ନିୟନ୍ତ୍ରଣ କରନ୍ତୁ। ଅସାଧୁ ବେପାରୀଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ ବୃଦ୍ଧି ହେଉଥିବା କୁହାଯାଇଛି। ବେଆଇନ ଭାବେ ସାମଗ୍ରୀ ଗଚ୍ଛିତ ରଖୁଥିବାରୁ ଦରଦାମ୍ ବୃଦ୍ଧି ନେଇ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *