କେତେ ସତ ପ୍ରତାପଙ୍କୁ ରାହୁଲଙ୍କ ଆକ୍ରମଣ, ଅଙ୍ଗେଲିଭା କଥା ରଖିଲେ ସୁଲତା

ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦/୧୨-  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ଵାରା ଆଘାତ ପ୍ରାପ୍ତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଗତକାଲି ଠାରୁ କହି ଆସିଛନ୍ତି l କେତେ ଜଣ ଏହାର ସିସିଟିଭି କ୍ୟାମେରା ଫୁଟେଜ ପାଇଁ ଦାବି କରିଛନ୍ତି l ଏ ପର୍ଯ୍ୟନ୍ତ କୌଣସି ଭିଡ଼ିଓ ରାହୁଲ ଗାନ୍ଧୀ ଏପରି କରିଥିବା ଜଣା ପଡି ନାହିଁ l ଏହା ମଧ୍ୟରେ ବର୍ତ୍ତମାନ ସମୟର ଚର୍ଚ୍ଚିତ ସାଂସଦ ସୁଲତା ଦେଓଙ୍କ ଏକ ପୋଷ୍ଟ ଘଟଣାକୁ ବୁଝିବାକୁ ଏକ ନିଛକ ଦିଗ ଦେଖାଇଛି l କାରଣ ସୁଲତା ସଂସଦ ପରିସରରେ ମହଜୁଦ ଥିଲେ l ଶ୍ରୀମତୀ ଦେଓଙ୍କ କହିବାନୁଯାୟୀ, ସେ ସେଠି ଉପରକୁ ଯାଉଥିଲେ,ତାଙ୍କୁ (ପ୍ରତାପ ଷଡ଼ଙ୍ଗୀ)ସାଙ୍ଗେ ସାଙ୍ଗେ ଦେଖିଥିଲେ l ସେ ବାମ ପଟ ମୁଣ୍ଡରେ ରୁମାଲ ଦେଇ ହାତରେ ଧରିଥିଲେ, ତାଙ୍କୁ ସୁଲତା ନମସ୍କାର କଲେ l ଆଉ ପଚାରିଲି ଆଜ୍ଞା କଣ ହୋଇଛି ସେ(ପ୍ରତାପ ) କହିଲେ ପଡ଼ିଗଲି ମୁଁ ପଚାରିଲି କେମିତି ଅଜ୍ଞା ସେ କହିଲେ ରାହୁଲ ଗାନ୍ଧୀ ପେଲିଦେଲା l deep cut ହୋଇଛି , ସେ ସମୟରେ ଶ୍ରୀମତୀ ଦେଓ କ‌ହିଲେ ,କୋଉଠି ଟିକେ ଦେଖେଇଲେ ସେ (ପ୍ରତାପ)ମୋତେ ଦେଖେଇଲେ ନାହିଁ । ଆଉ ଧଳା ରୁମାଲ ରେ ଟିକେ ବି ରକ୍ତ ଛିଟା ଲାଗିନଥ୍‌ଲା l ଧଳା କୁର୍ତ୍ତା ରେ ବି ଟିକିଏ ରକ୍ତ ର ଦାଗ ଲାଗିନଥ୍‌ଲା । deep cut ଏମିତି କେମିତି ହେଲା ?? ବୋଲି ଶ୍ରୀମତୀ ଦେଓ ପଚାରି ଥିଲେ l ଏହା ଥିଲା ତାଙ୍କ ଅଙ୍ଗେ ନିଭା କଥା l କେବଳ ଏତିକି ନୁହେଁ, ସୁଲତା କହିଛନ୍ତି ଯେ,ବରମୁଣ୍ଡା ବାବାସାହେବ ବସ ଟର୍ମିନାଲ ନାଁ ବଦଳେଇ ମୋହନ ସରକାର ଦୀନଦୟାଲଙ୍କ ନାଁରେ ରଖିବେ Bus stand l ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି l

Leave a Reply

Your email address will not be published. Required fields are marked *